ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ୍ ଉଦ୍ୟମ, ୭ ଡକାୟତ ଗିରଫ

0
318

ଖୋର୍ଦ୍ଧା: ଗତକାଲି ରାତିରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡ଼ର ଖୋର୍ଦ୍ଧା–ଜଟଣୀ ବାଇପାସ୍ ନିକଟରେ ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଡକାୟତ ଗ୍ୟାଙ୍ଗର ୭ଜଣ ସଦସ୍ୟ ପୁଲିସ ହାତରେ ଧରାପଡ଼ିଛନ୍ତି ।

ସୂଚନାନୁସାରେ, ଗତକାଲି ଭୋର ୨ଟା ବେଳେ ଖୋର୍ଦ୍ଧା-ଜଟଣୀ ବାଇପାସ୍ର ମୋଦୀ ପଡ଼ିଆ ନିକଟରେ କେତେଜଣ ସନ୍ଦିଗ୍ଧ ଅବସ୍ଥାରେ ଛପି ରହିଥିବା ସୂଚନା ମିଳିଥିଲା । ଏହାପରେ ଏସ୍ପି ସିଦ୍ଧାର୍ଥ କଟାରିଆଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍ପି ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ୍ ସନ୍ଦିଗ୍ଧ ଅଂଚଳକୁ ଘେରାଉ କରିଥିଲେ ।

ଚଢ଼ଉରେ ୭ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୨ଜଣ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଧରାପଡ଼ିଥିବା ଅଭିଯୁକ୍ତଙ୍କ ନିକଟରୁ କଟୁରୀ, ୪ଟି ଲୁହାଛଡ଼, ଚୀନ ପ୍ରସ୍ତୁତ ଗୋଟିଏ ନକଲି ବନ୍ଧୁକ, ଗୋଟିଏ ଭୁଜାଲୀ, ୨ଟି ଠେଙ୍ଗା ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା ।

ଚଢ଼ଉ କରିଥିବା ଟିମ୍ର ନେତୃତ୍ୱ ନେଇଥିଲେ ଅତିରିକ୍ତ ଥାନା ଅଧିକାରୀ ପ୍ରଜ୍ଞା ଋତମ୍ବରା କର । ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ଅଂଜଳୀ ମଲ୍ଲିକ, ଏଏସ୍ଆଇ ପି ସିଏଚ୍ ଜେନା, ଏଏସ୍ଆଇ ଅକ୍ଷୟକ କୁମାର ସେଠୀ, ହାବିଲଦାର ଅଭୟ କୁମାର ସାମନ୍ତରାୟଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଯୋଗ ଦେଇଥିଲେ ।

Also Read  ମୋ ବିନା ଅନୁମତିରେ ମୋ ଅଫିସରେ ପୁଲିସ୍‌ ପଶିବା ଦୁର୍ଭାଗ୍ୟଜନ

LEAVE A REPLY

Please enter your comment!
Please enter your name here