ସଲ୍‌ମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ବୋଲି ସ୍ବୀକାର କଲା ସିଦ୍ଧୁ ମୁସେୱାଲା ହତ୍ୟାକାରୀ ଲରେନ୍ସ

0
155
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ର ଧମକ !
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ର ଧମକ !

ନୂଆଦିଲ୍ଳୀ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିବା କଥାକୁ ସ୍ବୀକାର କରିିଛି ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ବିଷ୍ନୋଇ। ପୁଲିସ୍‌ ଲରେନ୍ସକୁ ପଚରାଉଚରା କରିବା ବେଳେ ଲରେନ୍ସ ସ୍ବୀକାର କରିଛି ଯେ ୧୯୯୮ ମସିହା କୃଷ୍ନସାର ମୃଗ ହତ୍ୟା ମାମଲାକୁ ନେଇ ସଲ୍‌ମାନଙ୍କୁ ସବକ ଶିଖାଇବା ଉଦ୍ଦେଶ୍ୟରେ ସେ ୨୦୧୮ ମସିହାରେ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ବିଶୋଇ ଟାର୍ଗେଟରେ ସିନେ ନିର୍ମାତା କରଣ ଜୋହର ଥିଲେ ବୋଲି ପୂର୍ବରୁ ଆମେ ଜାଣିଛନ୍ତିି। ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସୌରଭ ମହାକାଲ୍‌ ଏ ନେଇ ଦାବି କରିଥିଲେ। ପୂର୍ବରୁ ମଧ୍ୟ ମହାକାଲ୍‌ କହିଥିଲେ ଯେ, ସଲ୍‌ମନ୍‌ ଖାନ୍‌ଙ୍କୁ ଲରେନ୍‌ସ୍‌ ବିଷ୍ଣୋଇ ଗ୍ୟାଙ୍ଗ୍‌ ଗୁପ୍ତରେ ଧମକ ଦେଇଥିଲା। ପାଲଘରସ୍ଥିତ ଗୋଟାଏ କାରଖାନାରେ କାମ କରୁଥିବା ରାଜସ୍ଥାନର ୩ଜଣ ବ୍ୟକ୍ତି ଉକ୍ତ ଧମକ ଚିଠି ଦେବା ପାଇଁ ମୁମ୍ବାଇ ଯାଇଥିଲେ। କିନ୍ତୁ, ପୁଲିସ ପାଲଘରସ୍ଥିତ ସେ କାରଖାନାକୁ ଯାଇ ଜାଣିଲା ଯେ, ସେ ଲୋକମାନେ ସେଠାରେ ଚାକିରି କରୁ ନ ଥିଲେ।

ପୁଲିସ ଆହୁରି ମଧ୍ୟ ଜାଣିବାକୁ ପାଇଥିଲା ଯେ, ଯେଉଁ ୩ ବ୍ୟକ୍ତି ଧମକ ଚିଠି ଦେଇଥିଲେ ବୋଲି ମହାକାଲ୍‌ କହିଥିଲେ ସେମାନେ ବହୁ ପୂର୍ବରୁ ରାଜସ୍ଥାନର ସିରୋହିରେ ଗୋଟାଏ ଅଳଙ୍କାର ଦୋକାନରୁ ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସେମାନେ ଏବେ ଜେଲ୍‌ରେ ଅଛନ୍ତି। ତେଣୁ, ମହାକାଲ୍‌ ଦେଉଥିବା ସୂଚନା ଉପରେ ଆସ୍ଥା ନାହିଁ ବୋଲି ପୁଲିସ ବୟାନ ଦେଇଥିଲା।

Also Read  ବଦଳୁଛି ସରକାରୀ ସ୍କୁଲର ଚିତ୍ର : ନଦେଖିଲେ ବିଶ୍ୱାସ କରିହେବ ନାହିଁ

LEAVE A REPLY

Please enter your comment!
Please enter your name here