ସାତଦିନ ବିତିଲା, ସ୍ଥିତି ସମାନ : ବିରୋଧୀଙ୍କ ଘଣ୍ଟନାଦରେ କମ୍ପିଲା ଗୃହ

0
339
ସାତଦିନ ବିତିଲା, ସ୍ଥିତି ସମାନ
ସାତଦିନ ବିତିଲା, ସ୍ଥିତି ସମାନ
  • ବିଜେଡିର ନିଜ ସିଟ, ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ
  • ଗୃହ ୭ଥର ମୁଲତବୀ, ସର୍ବଦଳୀୟ ବୈଠକ ବିଫଳ
  • ତିନି ସର୍ତ୍ତ ରଖିଲେ ବିରୋଧୀ ବିଜେପି, କଂଗ୍ରସ

ଭୁବନେଶ୍ୱର : ଆଜି ବି ଚାଲିପାରିଲାନିି ବିଧାନସଭା । କ୍ରମାଗତ ଭାବେ ୭ଦିନ ପାଇଁ ଗୃହ ଅଚଳ । ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପୂର୍ବଦିନ ଭଳି ହଟ୍ଟଗୋଳ ଜାରି ରଖିଛନ୍ତି । ହାତରେ ଫ୍ଲାକାର୍ଡ଼ ଓ ବ୍ୟାନର ପ୍ରଦର୍ଶନ ସହ ଘଣ୍ଟ ବଜେଇ ପ୍ରତିବାଦ କରିଥିଲେ । ଅପରପକ୍ଷରେ ଶାସକ ସଭ୍ୟମାନେ ମମିତା ମେହେର ପ୍ରସଙ୍ଗରେ ଜବାବି ହମଲା ସହ ଗୃହ ବାହାରେ ଗାନ୍ଧିମୂର୍ତ୍ତି ତଳେ ଧାରଣ ଦେଇଥିଲେ । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ଦୁଇଥର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରିନି ।

ବିଧାନସଭାରେ ଥମୁନି ମମିତା ତାତି । ବୁଧବାର ପ୍ରଶ୍ନକାଳ ଅ ।ରମ୍ଭରୁ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୃହ କାର୍ଯ୍ୟ ଅ ।ରମ୍ଭ ହେବାମାତ୍ରେ ଉଭୟ ବଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ବଜେପି ସଦସ୍ୟମାନେ ଘ ବାଡେଇ ପ୍ରତିବାଦ କରିଛନ୍ତି । ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନବୀନ ନିବାସ ଯାଇଥିବା ଫୋଟ ପ୍ରଦର୍ଶନ କରି ସରକାରୀ ଦଳକୁ ଟାର୍ଗେଟ କରି ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏପରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ପ୍ଲାକାର୍ଡ଼ ଫିଙ୍ଗିଥିଲେ । ସେହିପରି କଂଗ୍ରେସ ସଦସ୍ୟମାନେ ଫ୍ଲାକାର୍ଡ ଓ ବ୍ୟାନର ପ୍ରଦର୍ଶନ କରି ମନ୍ତ୍ରୀ ଦିବ୍ୟ ଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଥିଲେ । ଅନ୍ୟପକ୍ଷରେ ବିଜେଡି ସଦସ୍ୟମାନେ ନିଜ ସିଟରେ ଛିଡ଼ା ହୋଇ ପ୍ଲାକାର୍ଡ ଧରି ନାରାବଜି କରିଥିଲେ । ଏହାସହ ମମିତା ପ୍ରସଙ୍ଗରେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତିର୍ ତେଳ ଧାରଣା ଦେଇଥିଲେ ବିଜେଡି ସଦସ୍ୟ । ଗୃହ ଅଚଳ ହେବାରୁ ପ୍ରଥମେ ପୂର୍ବାହ୍ଣ ୧୦.୩୧ରୁ ୧୧.୩୦, ୧୧.୩୩ରୁ ୧୨.୦୩, ୧୨.୦୩ରୁ ୧୨.୩୩ ଓ ୧୨.୩୩ରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।

ଅପରାହ୍ନ ୪ଟାରୁ ଗୃହ କାର୍ଯ୍ୟ ଅ ।ରମ୍ଭ ହେବା କ୍ଷଣି ପୁଣି ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଘ ବଜେଇବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପୁନର୍ବାର ବାଚସ୍ପତି ଶ୍ରୀ ପାତ୍ର ୪.୦୨ରୁ ୪.୩୨ ଓ ୪.୩୨ରୁ ୪.୪୭ ଯାଏ ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକି ଅ ।ଲୋଚନା କରିଥିଲେ । ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧରେ ଦୁଇଥର ସର୍ବଦଳୀୟ ବୈଠକ ବସିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଫଳରେ ସ୍ୱାରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଅ।ଲୋଚନା ନକରାଯାଇ ଗିଲୋଟିନକୁ ଯାଇଥିଲା । ତେବେ ଗୃହ ଚଳାଇବା ପଇଁ ଶାସକଦଳ ଅ।ଗରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ତିନୋଟି ସର୍ତ୍ତ ରଖାଯାଇଛି । ପ୍ରଥମ ସର୍ତ୍ତ ହେଉଛି ମୁଖ୍ୟମନ୍ତ୍ରୀ ଗୃହକୁ ଅ।ସନ୍ତୁ । ଦ୍ୱିତୀୟ ସର୍ତ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ୩ୟ ସର୍ତ୍ତ ଯଦି ଗୃହ ବିଭାଗର ଖର୍ଚ୍ଚ ଦାବି ଅ ।ଲୋଚନା ହେବ, ତାହା ହେଲେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଗୃହରେ ଅନୁପସ୍ଥିତ ରୁହନ୍ତୁ ।

Also Read  Odisha Chief Minister asks officials to expedite the restoration and rehabilitation works in the cyclone affected areas

ଅନ୍ୟପକ୍ଷରେ ଗୃହ ବାହାରେ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, ଦୋମୁହାଁ ନୀତି ଅ।ପଣାଉଛି ବିଜେପି । ମମିତା ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବଜେପି ସଦସ୍ୟମାନେ । ଗୋଟିଏ ପଟେ ମମିତାକୁ ନ୍ୟାୟ ଦେବା ପାଇଁ ଗୃହକୁ ଅଚଳ କରୁଥିବା ବେଳେ ଅଭିଯୁକ୍ତକୁ ଖସାଇବା ପାଇଁ ଓକିଲାତି କରୁଛି ବୋଲି ସେ ଅଭିଯୋଗ କରିଥିଲେ । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ସରକାରୀ ଦଳର ସମ୍ପୃକ୍ତି ରହିଛି । ଗୋବିନ୍ଦଙ୍କ ସପକ୍ଷରେ ଲଢ଼ୁଥିବା ଓକିଲ ମୋହନ ଲାଲ ଶର୍ମା ବିଜେପିର ସଦସ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀ ମାଝି ।

ସେପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଗୃହକୁ ଚଳାଇ ନଦେବାରେ ସରକାରୀ ଦଳର ଏକଛତ୍ରବାଦ ମନୋଭାବ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ବୋଧେ ଶାସକ ଦଳ ଜାଣିସାରିଲେଣି ଅ ।ଗକୁ ଅ ।ଉ ସରକାରକୁ ଅ ।ସିପାରିବେ ନାହିଁ । ତେଣୁ ଗୃହକୁ ବନ୍ଦ କରି ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ଉଦ୍ୟମ କରୁଛନ୍ତି । ଅ ।ଜି ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭଗର ଖର୍ଚ୍ଚଦାବି ଉପରେ ଅ ।ଲୋଚନା ହେବାର ଥିଲା ଗୃହ ନେତା ଗ୍ରହକୁ ଅ ।ସନ୍ତୁ ଓ କଂଗ୍ରେସ ଅ ।ଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here