ସୋନିଆ-ରାହୁଲଙ୍କର କିଛି ହେଲେ ଦେଶ ଜାଳିଦେବୁ: କଂଗ୍ରେସ ନେତା ଶେଖ୍ ହୁସେନ

0
671

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ତୃତୀୟ ଦିନରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିଛି। ନେସନାଲ ‌ହେରାଲ୍ଡ ମାମଲାରେ ଇଡି ରାହୁଲଙ୍କୁ ଜେରା କରୁଛି। ଏହାକୁ ବିରୋଧ କରି ତୃତୀୟ ଦିନ ମଧ୍ୟ ଇଡି ଅଫିସ ବାହାରେ ବିରୋଧ ପ୍ରଦର୍ଶନ ଜାରି ରଖିଛି କଂଗ୍ରେସ। ଏମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା ଶେଖ୍ ହୁସେନ ଦେଇଥିବା ବିବାଦୀୟ ବୟାନକୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ସୋନିଆ-ରାହୁଲଙ୍କର କିଛି ହେଲେ ଦେଶ ଜାଳିଦେବା କଥା କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁକୁର ଭଳି ମରିବେ ବୋଲି କହିଛନ୍ତି ହୁସେନ।

ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରି ଏଭଳି ବିବାଦୀୟ ବୟାନ ଦେଇଥିବାରୁ ତାଙ୍କ ନାଁରେ ନାଗପୁରରେ ଏତଲା ରୁଜୁ କରାଯାଇଛି। ଗତକାଲି ରାତିରେ ଧାରା ୨୯୪ ଏବଂ ୫୦୪ ଆଇପିସି ଅଧୀନରେ ତାଙ୍କ ବିରୋଧରେ ଏକ ଏତଲା ପଞ୍ଜିକୃତ ହୋଇଛି। ଶେଖ ହୁସେନଙ୍କ ଏଭଳି ବିବାଦୀୟ ବୟାନ ପରେ ବିଜେପି କହିଛି ଯେ, ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ଲୋକମାନେ ହିଂସାତ୍ମକ ହୋଇପଡିଛନ୍ତି ଏବଂ ବର୍ତ୍ତମାନ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଉଛନ୍ତି।

ହେଲେ ସେମାନେ ମହାତ୍ମା ଗାନ୍ଧିଙ୍କ ନାଁରେ ପ୍ରଦର୍ଶନ କରୁଥିବା ବିଷୟରେ କିପରି କହୁଛନ୍ତି? ଅହିଂସା ମହାତ୍ମା ଗାନ୍ଧିଙ୍କ ସହ ଜଡିତ ଏବଂ ଏହି ଲୋକମାନେ ହିଂସା କରୁଛନ୍ତି। ଅନ୍ୟପକ୍ଷରେ ଏତଲା ରୁଜୁ ପରେ ବି ଶେଖ ହୁସେନ୍ କହିଛନ୍ତି ଯେ ମୁଁ ଦେଇଥିବା ବୟାନକୁ ନେଇ ମୋର କୌଣସି ପଶ୍ଚାତାପ ନାହିଁ। ମୁଁ ନରେନ୍ଦ୍ର ମୋଦୀଙ୍କୁ ନେଇ କେବଳ ଏକ ଢ଼ଗ କହୁଥିଲି। ମୁଁ କହିଥିବା କଥାକୁ ଭୁଲ୍ ଉପାୟରେ ଲୋକଙ୍କ ସାମ୍ନାକୁ ଅଣାଯାଇଛି।

Also Read  ଆସିଲା ସଂଶୋଧିତ ଗାଇଡଲାଇନ : ସାମାନ୍ୟ କିମ୍ବା ଲକ୍ଷଣହୀନ ଆକ୍ରାନ୍ତ ଛିକିତ୍ସିତ ହେବେ କେମିତି, ଜାଣନ୍ତୁ ?

LEAVE A REPLY

Please enter your comment!
Please enter your name here