ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଚେକିଂ ଅଭିଯାନ କଡ଼ାକଡ଼ି

0
208

ଭୁବନେଶ୍ୱର: ଆଜିଠୁ ପୁଣି ଆରମ୍ଭ ହୋଇଯାଇଛି ଧରପଗଡ। ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି କରାଯାଇଛି । ଆଜି ବୁଧବାରଠାରୁ ଆସନ୍ତା ୨୭ ତାରିଖ ଯାଏଁ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନ୍‌ସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯିବ ।

ସେହିଭଳି ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯିବ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ସ୍କୁଲ ପିଲାଙ୍କ ସୁରକ୍ଷିତ ପରିବହନ ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା STA ସୂଚନା ଦେଇଛି । ସପ୍ତାହବ୍ୟାପୀ ଯାଞ୍ଚ ପରେ ୨୮ ତାରିଖରେ ରିପୋର୍ଟ ଦେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Also Read  ମଲାଇକା ଆରୋରା ପିନ୍ଧିଲେ ଗୋଲ୍ଡ ହିଲ୍, ଡ୍ରେସ୍ ଦାମକୁ ନେଇ ଫ୍ୟାନ୍ ତାଜୁବ୍

LEAVE A REPLY

Please enter your comment!
Please enter your name here