ଆଇପିଏସ୍‌-ଓପିଏସ୍‌ ସ୍ତରରେ ଅଦଳବଦଳ: ପିଏସ୍‌ ମୀନା ବୌଦ୍ଧ ଓ ପ୍ରମୋଦ ରଥ ଦେବଗଡ଼ ଏସ୍‌ପି

0
285

ଭୁବନେଶ୍ବର: ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍‌ପିଙ୍କୁ ବଦଳି ହୋଇଛି। ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ଚିତ୍ତ ରଞ୍ଜନ ସାମନ୍ତ ହେଲେ କମ୍ପ୍ୟୁଟର ଏସ୍‌ପି (ଭୁବନେଶ୍ବର)। ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର କ୍ରାଇମ ଡିସିପି ଭାବେ ନିଯୁକ୍ତି ମିଳିଛି। ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସ୍‌ପି ଦାୟିତ୍ବ ମିଳିଛି।

Also Read  ନୂଆ ସଂସଦ ଭବନର ସୁଉଚ୍ଚ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ