‘ସ୍ପାଇସ୍‌ଜେଟ୍‌’ ସିଷ୍ଟମ୍‌ରେ ଭାଇରସ୍‌ ଆକ୍ରମଣ ଉଦ୍ୟମ; ସକାଳ ବିମାନ ଉଡ଼ାଣ ପ୍ରଭାବିତ

0
182
spicejet-flight-emergency-landing-in-karachi

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ‘ସିଷ୍ଟମ୍‌’ରେ ଭାଇରସ୍‌ ଆକ୍ରମଣ ଉଦ୍ୟମ ଯୋଗୁଁ ପ୍ରଭାବିତ ହେବାରୁ ଆଜି ସକାଳୁ ବିମାନ ଉଡ଼ାଣରେ ମନ୍ଥରତା ଦେଖା ଦେଇଥିଲା ବୋଲି ଜାରି ବିବୃତିରେ ‘ସ୍ପାଇସ୍‌ଜଟେ୍‌’ କହିଛି। ସମସ୍ୟା ସମାଧାନ କରାଯିବା ପରେ ଆଜି ସକାଳ ୮.୩୦ରୁ ବିମାନ ଉଡ଼ାଣ ସ୍ବାଭାବିକ ହୋଇଥିବା କଥା ଏୟାର୍‌ଲାଇନ୍‌ କହିଛି। ଏ ସଂକ୍ରାନ୍ତରେ ଆଜି ସକାଳେ କରିଥିବା ଟୁଇଟ୍‌ରେ ‘ସ୍ପାଇସ୍‌ଜେଟ୍‌ ଏୟାର୍‌ଲାଇନ୍‌’ କହିଛି, ଗତରାତିରେ କେତେକ ‘ସ୍ପାଇସ୍‌ଜେଟ୍‌ ସିଷ୍ଟମ୍‌’ ଭାଇରସ୍‌ ଆକ୍ରମଣର ସମ୍ମୁଖୀନ ହେବାରୁ ଆଜି ସକାଳ ବିମାନ ଉଡ଼ାଣକୁ ପ୍ରଭାବିତ କରିବା ସହ ମନ୍ଥର କରିପକାଇଥିଲା।

ଆମର ‘ଆଇ.ଟି. ଟିମ୍’ ପରିସ୍ଥିତିକୁ ଅକ୍ତିଆର କରି ତ୍ରୁଟି ସୁଧାରିବା ପରେ ଏବେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି। ଭାଇରସ୍‌ ଆକ୍ରମଣ ‘ସ୍ପାଇସ୍‌ଜେଟ୍‌’ ବିମାନ ଉଡ଼ାଣକୁ ପ୍ରଭାବିତ କରିବା ଯୋଗୁଁ କିଛି ବିମାନ ଉଡ଼ାଣ ଆରମ୍ଭ କରି ନ ପାରିବାରୁ କେତେକ ବିମାନ ବନ୍ଦରରେ ବହୁସଂଖ୍ୟକ ଯାତ୍ରୀ ଅଟକି ରହିଥିଲେ। ଏଥିଯୋଗୁଁ ପ୍ରାୟ ୪ ଘଣ୍ଟା ଧରି ଫସି ରହିଥିବା କଥା ଜଣେ ଯାତ୍ରୀ ମଧ୍ୟ ଟୁଇଟ୍‌ କରିଥିବା ଭିଡିଓରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ଏୟାର୍‌ପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ଙ୍କୁ ଦୈନିକ ପୈଠ କରିବାରେ ବିଳମ୍ବ ହେତୁ ଗତ ସପ୍ତାହରେ ମଧ୍ୟ ଦିଲ୍ଲୀ ଏୟାର୍‌ପୋର୍ଟରେ କେତେକ ‘ସ୍ପାଇସ୍‌ଜେଟ୍‌’ ବିମାନ ଅଟକି ରହିଥିଲା ବୋଲି ବିଶେଷସୂତ୍ରରୁ ପ୍ରକାଶ। ଏୟ‌‌ାର୍‌ଲାଇନ୍‌ର ମୁଖପାତ୍ର କହିଥିଲା, ସଫ୍‌ଟ୍‌ୱେର୍‌ ତ୍ରୁଟି ଯୋଗୁଁ ଦୈନିକ ଦେୟ ପୈଠ ବିଳମ୍ବ ହୋଇଥିଲା। ଏବେ ବିମାନ ସବୁ ସ୍ବାଭାବିକ ଭା‌ବେ ଯାତାୟୟତ କଲାଣି।

Also Read  ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ

LEAVE A REPLY

Please enter your comment!
Please enter your name here