ଅତି ଆବଶ୍ୟକ ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ

0
1226
ଓଡିଶା ରେ ପହଁଚିଲା ଓମିସିୟୋର କିଟ; ଓମିକ୍ରନ ଭାରିଆଣ୍ଟ ର ଚିହ୍ନଟ ସହଜ ହେବ
ଓଡିଶା ରେ ପହଁଚିଲା ଓମିସିୟୋର କିଟ; ଓମିକ୍ରନ ଭାରିଆଣ୍ଟ ର ଚିହ୍ନଟ ସହଜ ହେବ

ଭୁବନେଶ୍ବର:  ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ। ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେ କହିଛନ୍ତି, ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି। ସେଠି ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ। ଏମିତିକି ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି। ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ। ଯେଭଳି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି। ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି।

ରାଜ୍ୟରେ  ୧୦-୧୨ ହଜାର ଦୈନିକ ସଂକ୍ରମଣରେ ଦ୍ୱିତୀୟ ଲହରର ପ୍ରଭାବ ଦେଖନ୍ତୁ, ଏଥରର ପ୍ରଭାବ ଦେଖନ୍ତୁ। ସବୁଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଛନ୍ତି। ସରକାର କଣ ପଦକ୍ଷେପ ନେଉଛନ୍ତି, ଆମେ ତାହାକୁ ଅପେକ୍ଷା କରିବା। ଆମେ ବାରମ୍ବାର କହୁଛୁ, ସଂକ୍ରମଣ ବଢ଼ୁଛି । ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖୁଛୁ। ସର୍ଭେଲାନ୍ସ ଚାଲିଛି, ଟିକାକରଣ ଚାଲିଛି। ଗତ ବର୍ଷ ଏହି ପଜିଟିଭ ହାର ଓ ଏବର୍ଷର ହାର ଦେଖିଲେ, ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି। ସରକାର ଉଚିତ ପଦକ୍ଷେପ ନେଉଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ କମାଯିବ।

Also Read  Odisha to spend Rs 200 crore for revival of coastal green cover