ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ମେଡିକାଲ ଏଜୁକେଶନ ବିଭାଗ ଉଦ୍‌ଘାଟିତ

0
613
MEDICAL EDUCATION DEPARTMENT INAUGURATED AT IMS & SUM HOSPITAL
MEDICAL EDUCATION DEPARTMENT INAUGURATED AT IMS & SUM HOSPITAL

ଭୁବନେଶ୍ୱର: ମେ ୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ସୋମବାର ମେଡିକାଲ୍ ଏଜୁକେଶନ ବିଭାଗ ଉଦ୍‌ଘାଟିତ ହୋଇଯାଇଛି । ଜାତୀୟ ମେଡିକାଲ୍ କମିଶନ୍ ନିୟମାବଳୀ ଅନୁଯାୟୀ ଏହି ବିଭାଗକୁ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି ।
ଏହି ବିଭାଗକୁ ସୋଆର ପ୍ରୋ-ଚାନ୍‌ସେଲର ତଥା ଆଇଏମ୍‌ଏସ୍ ଡିନ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟିତ କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ଏଜୁକେସନ୍ ବିଭାଗର କନ୍‌ଭେନର୍ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର ଏବଂ ସଂଯୋଜକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରକାଶ କୁମାର ସାହୁଙ୍କ ସମେତ ଅନ୍ୟ ଫ୍ୟାକଲ୍ଟି ମାନେ ଉପସ୍ଥିତ ଥିଲେ ।
ଜାତୀୟ ମେଡିକାଲ୍ କମିଶନର ନିୟମାବଳୀ ଅନୁଯାୟୀ ସମସ୍ତ ମେଡିକାଲ ଗୁଡ଼ିକରେ ମେଡିକାଲ୍ ଏଜୁକେସନ ୟୁନିଟ୍ କିମ୍ବା ବିଭାଗ ରହିବା ବାଧ୍ୟତାମୂଳକ । ଏହି ବିଭାଗ ଫ୍ୟାକଲ୍ଟିମାନଙ୍କୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ତାଲିମ ପ୍ରଦାନ କରିବାରେ ଗୁରୁତ୍ୱ ବହନ କରେ । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗତ ୧୫ ବର୍ଷ ହେବ ଏକ ମେଡିକାଲ ଏଜୁକେସନ ୟୁନିଟ କାର୍ଯ୍ୟରତ ଥିବା ବେଳେ ଫ୍ୟାକଲ୍ଟି ମାନଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ କରି ଆସୁଅଛି ।

ସାମ୍ପ୍ରତିକ ପରିସ୍ଥିତିରେ ଡାକ୍ତରୀ ଶିକ୍ଷା ଓ ତାଲିମର ଅଗ୍ରଗତିକୁ ଦୃଷ୍ଟିରେ ରଖି ଏହି ମେଡିକାଲ ଏଜୁକେସନ ୟୁନିଟ୍ କୁ ମେଡିକାଲ ଏଜୁକେସନ ବିଭାଗରେ ରୂପାନ୍ତରିତ କରାଯାଇ ଉଦ୍‌ଘାଟନ କରାଯାଇଛି ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିବୃନ୍ଦ ଡାକ୍ତରୀ ପାଠ୍ୟକ୍ରମରେ ଗୁଣାତ୍ମକ ଶିକ୍ଷା, ତାଲିମ୍ ଓ ଗବେଷଣ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବା ସହିତ ଭବିଷ୍ୟତରେ ଉତମ ତାଲିମ ପ୍ରାପ୍ତ କୁଶଳୀ ଡାକ୍ତର ସୃଷ୍ଟି କରିବାରେ ଏହି ବିଭାଗ ନିରନ୍ତର ଚେଷ୍ଟା ଜାରି ରଖିବ ବୋଲି ଆଶା ବ୍ୟକ୍ତ କରିଥିଲେ ।

Also Read  Death toll mounts to 21 in the Sum hospital fire mishap