ସମ୍ ହସ୍ପିଟାଲ୍‌ରେ ଟୀକାକରଣ ନେଇ ସଚେତନତା ସପ୍ତାହ ପାଳିତ

0
789
AWARENESS WEEK ON IMMUNISATION HELD AT SUM HOSPITAL
AWARENESS WEEK ON IMMUNISATION HELD AT SUM HOSPITAL

ଭୁବନେଶ୍ୱର: ମେ 0୩: ଟୀକାକରଣ ନେଇ ପିତାମାତା, ଗର୍ଭବତୀ ମା’ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଏହାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗ ପକ୍ଷରୁ ଏପ୍ରିଲ୍ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।

ଏପ୍ରିଲ୍ ୨୯ ତାରିଖରେ ଏ ସମ୍ପର୍କିତ ଏକ ସେମିନାର ଆୟୋଜନ କରାଯାଇଥିବା ବେଳେ ଏହାକୁ ସୋଆର ପ୍ରୋ-ଚାନ୍‌ସେଲର ତଥା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଏବଂ ଡାକ୍ତର ଅଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମରେ ରେସିଡେଂଟ ସର୍ଜନମାନଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରତିଯୋଗିତା ଏବଂ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିଶୁ ରୋଗ ବିଭାଗୀୟ ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ଏବଂ ବିଭାଗୀୟ ଫ୍ୟାକଲ୍ଟି ଡାକ୍ତର ମୃତ୍ୟୁଞ୍ଜୟ ଦାଶ ଏବଂ ଡାକ୍ତର ବିଭୁଦତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

କାଉନ୍‌ସେଲିଂ ସେସନ୍ ଗୁଡ଼ିକୁ ପ୍ରଫେସର ସରୋଜ ଶତପଥୀ, ପ୍ରଫେସର ଅରକ୍ଷିତ ସ୍ୱାଇଁ, ଡାକ୍ତର ଦିଲ୍ଲୀପ ଦାଶ, ଡାକ୍ତର ଯଶଶ୍ରୀ ଚୌଧୁରୀ, ଡାକ୍ତର ଅନୁସ୍ପନ୍ଦନା ମହାପାତ୍ର, ଡାକ୍ତର ସ୍ୱରୂପ ବିଶୋଇ, ଡାକ୍ତର ରଚିତା ଷଢ଼ଙ୍ଗୀ, ଡାକ୍ତର ବ୍ରଜ ବେହେରା ଏବଂ ଡାକ୍ତର ବିକ୍ରାନ୍ତ ପୃଷ୍ଟି ପରିଚାଳନା କରିଥିଲେ । ସେହିପରି ଡାକ୍ତର ବାସୁଦେବ ବିଶ୍ୱାଳ କୁଇଜ ପ୍ରତିଯୋଗିତା ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Also Read  J.P. Nadda demands action against those responsible for Sum hospital fire mishap