ଆଜିଠୁ ଶୁଖିଲା ରହିବ ପାଗ, ଖସିବ ପାରଦ

0
620
ଶୀତ ବଢ଼ିବ : କୁହୁଡ଼ି ପଡ଼ିବ
ଶୀତ ବଢ଼ିବ : କୁହୁଡ଼ି ପଡ଼ିବ

ଭୁବନେଶ୍ୱର : ଆଜିଠୁ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର ଶୁଖିଲା ରହିବ ପାଗ। ଆସନ୍ତା ୨ରୁ ୩ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର  ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି।

ପାଣିପାଗ କେନ୍ଦ୍ରା ସୂଚନା ଅନୁସାରେ,  ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ରେକର୍ଡ ହୋଇଥିବା ରାତ୍ରି ତାପମାତ୍ରାରେ ବିଭିନ୍ନ ସ୍ଥାନରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ଘଟିଥିବା ବେଳେ ସ୍ୱାଭାବିକ ତାପମାତ୍ରାଠାରୁ ୬ ଦଶମିକ ୪ ଡ଼ିଗ୍ରୀ ଯାଏ ଅଧିକ ରହିଥିଲା। ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବ।  ତା’ପରେ ତାପମାତ୍ରା ସ୍ୱାଭାବିକ ହେବ।

୬ ଓ ୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।  ବର୍ଷା ଯୋଗୁ ଗତକାଲି ବନ୍ଦ  ଥିବା ଶିମିଳିପାଳ ଅଭୟାରଣ୍ୟ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ପ୍ରବଳ କୁହୁଡ଼ି ଓ ଖରାପ ପାଗ ଯୋଗୁଁ ବିଳମ୍ବରେ ଖୋଲାଯିବ ବୋଲି  ସୂଚନା ମିଳିଛି।  ବର୍ଷା ଯୋଗୁଁ ଗତକାଲି ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରାଯାଇଥିଲା।

Also Read  Tusker attack in Odisha’s Keonjhar; youth sustains critical injuries