ଆଜି ପ୍ରତିପଦାରେ ଶ୍ରୀମନ୍ଦିରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି, ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

0
327
Ratna Bhandara Issue: Orissa HC Issues Notice To Four Persons
Ratna Bhandara Issue: Orissa HC Issues Notice To Four Persons

ପୁରୀ : ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ରଥଖଳାରେ ପ୍ରସ୍ତୁତ ତିନିରଥକୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇ ଉତ୍ତର ଦିଗକୁ ମୁହଁ କରି ଦେବେ। ପରଦିନ ରଥ ପ୍ରତିଷ୍ଠା ପରେ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଥିବାରୁ ଭକ୍ତଙ୍କ ପାଇଁ ମାତ୍ର ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି।

Also Read  କୂଅ ଭିତରୁ ୫ ମୃତ ଦେହ ଉଦ୍ଧାର, ମୃତକଙ୍କ ମଧ୍ୟରେ ୩ ଭଉଣୀ ଓ ଦୁଇ ଛୋଟ ଛୁଆ