ପ୍ରଖ୍ୟାତ ସାହିତ୍ୟିକ ମଙ୍ଗଳୁ ଚରଣଙ୍କ ପରଲୋକ

0
740
ସାହିତ୍ୟିକ ମଙ୍ଗଳୁ ଚରଣଙ୍କ ପରଲୋକ
ସାହିତ୍ୟିକ ମଙ୍ଗଳୁ ଚରଣଙ୍କ ପରଲୋକ

ସମ୍ବଲପୁର : ପରଲୋକରେ ପ୍ରଖ୍ୟାତ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସମ୍ବଲପୁର ଜିଲ୍ଲା ପରମାଣପୁର ବାର ଡ଼ୁଙ୍ଗୁରୀସ୍ଥିତ ନିଜ ଗାଁରେ ଆଜି ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୧୯୮୯ରେ ଇଣ୍ଟରନାସନାଲ୍ ଜୁରୀ ଆଓ୍ୱାର୍ଡ ପାଇଥିବା ଚଳଚିତ୍ର ‘ଭୁଖା’ର ସେ ଲେଖକ ଥିଲେ। ତାଙ୍କର ରଚିତ ନାଟକ ‘ଭୁଖା’କୁ ନେଇ ଭୁଖା ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏଥିଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ଓ ସମ୍ମାନୀତ ହୋଇଛନ୍ତି।

ମେ ୪ ତାରିଖ ୧୯୩୪ରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ବିଶ୍ୱାଳ ଏକାଧିକ ନାଟକ, କବିତା ଓ ଗପ ରଚନା କରି ଉଭୟ ଓଡ଼ିଆ ଓ ସମ୍ବଲପୁର ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ପ୍ରମୁଖ ସାହିତ୍ୟକୃତି ମଧ୍ୟରେ ଜୀବନୀ ପୁସ୍ତକ ହଜିଲା ଦିନ, କବିତା ପୁସ୍ତକ ଦରିଆ ପାରିର କବିତା, ମନୋଲୀନା, ପାଉଁଶ ତଳର ନିଆଁ, ଗଳ୍ପ ସଂକଳନ ଅସ୍ତରାଗର କବି, ନାଟକ ଉଡ୍‌ଲା ପତର୍‌ ବୁଡ୍‌ଲା ଡଙ୍ଗା, ହତରିଆର ଭୂତିଆର୍‌, ସୁରେନ୍ଦ୍ର ସାଏ, ବରୁଆ, ଛଇଲି, ଉଲ୍‌ଗୁଲାନ୍‌, ମା’ ସମଲେଇ ପ୍ରମୁଖ ପାଠକଙ୍କ ମହଲରେ ବେଶ୍ ଆଦୃତ ହୋଇଥିଲା।

Also Read  Kidnapping of Canadian national suspected from forest in Odisha Chhattisgarh border