ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ବିମାନ ଅଟକିଲା ରାଞ୍ଚି ବିମାନ ବନ୍ଦରରେ

0
722
MoCA taken Steps To Address The Disruption Caused By The Recent IndiGo Operational Crisis

ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ବିମାନ ବନ୍ଦରରୁ ଏକ ଯାତ୍ରୀବାହୀ ଇଣ୍ଡିଗୋ ବିମାନ ଉଡ଼ାଣ ଭରିବା କାଳରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନଟି ଉଡ଼ାଣ ନଭରି ପୁନଶ୍ଚ ବିମାନ ବନ୍ଦରକୁ ଫେରି ଆସିବାକୁ ବାଧ୍ୟ ହୋଇଛି। ଏଥିସହ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଯାତ୍ରୀବାହୀ ବିମାନଟି। ଉଡ଼ାଣ ଭରୁଥିବା କାଳରେ ବିମାନରେ ଥିବା ଏୟାର କଣ୍ଡିସନର ସ୍ପାର୍କ ହେବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳା ଯାଇଥିଲା।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ରାଞ୍ଚି ବିର୍ସା ମୁଣ୍ଡା ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଇଣ୍ଡିଗୋ ବିମାନଟି ୬୨ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବାକୁ ଯାଉଥିବା ବେଳେ ଏକ ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ବିମାନ ବନ୍ଦର ନିର୍ଦ୍ଦେଶକ ବିନୋଦ ଶର୍ମା ଗଣମାଧ୍ୟମକୁ କହିଛନ୍ତି ବିମାନରେ ତ୍ରୁଟି ଦେଖାଦେବା ପରେ ପାଇଲଟ ବିମାନଟିକୁ ଆଉଥରେ ବିମାନ ବନନ୍ଦରକୁ ଫେରାଇ ଅଣିଥିଲେ।

ବିମାନଟି ବିମାନ ବନ୍ଦରକୁ ଫେରି ଆସିବା ପରେ ଯାତ୍ରୀମାନଙ୍କୁ ଟିକେଟ ବାବଦ ଦେୟ ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅପରାହ୍ନରେ ବିମାନଟି ପୁନର୍ବାର ଯାତ୍ରା ଆରମ୍ଭ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହି କାରଣକୁ ନେଇ ଯାତ୍ରୀମାନେ ବିମାନରେ ଥିବା କର୍ମଚାରୀଙ୍କ ସହ ଝଗଡା କରିଥିଲେ କାରଣ ଏହି ଘଟଣା ପରେ ବିମାନର କବାଟ ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ଯାଇ ନଥିଲା।

Also Read  ନିରାଶ କଲା ଭାରତୀୟ ପୁରୁଷ ହକି ଦଳ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ ଠାରୁ ୭-୦ରେ ହାରି ରୌପ୍ୟରେ ସନ୍ତୁଷ୍ଟ