ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘‘ଦକ୍ଷିଣ ଏସିଆରେ ସ୍ୱେଚ୍ଛାସବୀ ଅନୁଷ୍ଠାନ ଓ ଗ୍ରାମୀଣ ବିକାଶ–ଅବଧାରଣା ଓ ବାସ୍ତବତା” ଶୀର୍ଷକ ପୁସ୍ତକ ଉନ୍ନୋଚିତ

0
982
ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘‘ଦକ୍ଷିଣ ଏସିଆରେ ସ୍ୱେଚ୍ଛାସବୀ ଅନୁଷ୍ଠାନ ଓ ଗ୍ରାମୀଣ ବିକାଶ–ଅବଧାରଣା ଓ ବାସ୍ତବତା” ଶୀର୍ଷକ ପୁସ୍ତକ ଉନ୍ନୋଚିତ
ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘‘ଦକ୍ଷିଣ ଏସିଆରେ ସ୍ୱେଚ୍ଛାସବୀ ଅନୁଷ୍ଠାନ ଓ ଗ୍ରାମୀଣ ବିକାଶ–ଅବଧାରଣା ଓ ବାସ୍ତବତା” ଶୀର୍ଷକ ପୁସ୍ତକ ଉନ୍ନୋଚିତ

ଫେବୃଆରୀ ୧୦
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଲୋକସମ୍ପର୍କ ଅଧିକାରୀ ଡଃ. ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘‘ ଦକ୍ଷିଣ ଏସିଆରେ ସ୍ୱେଚ୍ଛାସବୀ ଅନୁଷ୍ଠାନ ଓ ଗ୍ରାମୀଣ ବିକାଶ-ଅବଧାରଣା ଓ ବାସ୍ତବତା ’’ ଶୀର୍ଷକ ପୁସ୍ତକର ଶୁଭ ଉନ୍ନୋଚନ କରିଛନ୍ତି ।
ଏହି ପୁସ୍ତକ ବିଶ୍ୱସ୍ତରର ଅଗ୍ରଣୀ ପ୍ରକାଶନ ସଂସ୍ଥା ସ୍ପିଞ୍ଜର ନେଚର ଦ୍ୱାରା ପ୍ରକାଶିତ ହୋଇଛି ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏହି ପୁସ୍ତକର ଇ-ଭର୍ସନକୁ ମଧ୍ୟ ଲୋକାର୍ପଣ କରିଛନ୍ତି । ଏହି ପୁସ୍ତକ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଭୂମିକା ବିଷୟରେ ଏକ ନିରପେକ୍ଷ ଓ ବାସ୍ତବବାଦୀ ମୂଲ୍ୟାୟନ ।
228 ପୃଷ୍ଟା ବିଶିଷ୍ଟ ଏହି ପୁସ୍ତକଟି ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଗଠନ, କାର୍ଯ୍ୟ ଦକ୍ଷତା , ସାମାଜିକ ଆସ୍ଥାଭାଜନତା, ସରକାରୀ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ, ସାଂପ୍ରତିକ ସ୍ଥିତି, ଭବିଷ୍ୟତ ପାଇଁ ଆହ୍ୱାନ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଆଦି ବିଷୟରେ ଏକ ଉଚ୍ଚମାନର ବୈଜ୍ଞାନିକ ଅନୁଶୀଳନ।
ଏହି ଅବସରରେ ଲେଖକ ଡଃ. ମହାପାତ୍ର କହିଛନ୍ତି ଯେ, ସ୍ପ୍ରିଞ୍ଜର ପ୍ରକାଶନ ସଂସ୍ଥାର ବିଶେଷଜ୍ଞମାନେ ପାଣ୍ଡୁଲିପିକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାରକରି ଏହାକୁ ଏକ ‘‘ ବିଶ୍ୱସ୍ତରୀୟ ଉତ୍କର୍ଷ ଓ ମୌଳିକ ଅନୁଶୀଳନର ’’ ମାନ୍ୟତା ଦେଇଛନ୍ତି ।

ଏହା ବ୍ୟତୀତ ଆମେରିକାସ୍ଥିତ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏମେରିଟସ୍ ପ୍ରଫେସର ଟି.ଏନ୍. ପାଣ୍ଡେ, ଋଷିଆସ୍ଥିତ ସେଣ୍ଟ ପିଟର୍ସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଇରିନା ଏଲ୍. ପେରୋଭା, ଯୁକ୍ତରାଷ୍ଟ୍ରସ୍ଥିତ ୟୁନିଭରସିଟି ଅଫ୍ କ୍ରିଏଟିଭ୍ ଆର୍ଟର ଏମ୍.ବି.ଏ ବିଭାଗ ନିର୍ଦ୍ଦେଶକ ପ୍ରଫେସର ବି.ଏନ୍.ନାୟକ, ଲକ୍ଷ୍ନୌ ବିଶ୍ୱ ବିଦ୍ୟାଳୟର ପ୍ରଫେସର ତଥା ଭାରତୀୟ ସମାଜତତ୍ତ୍ୱ ସୋସାଇଟିର ପ୍ରାକ୍ତନ ସଚିବ ଡଃ ଦିପ୍ତୀ ରଞ୍ଜନ ସାହୁ, ପଣ୍ଡିଚେରୀ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ ବି.ବି.ମହାନ୍ତି, ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ ନବନୀତା ରଥ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ, କିଟ୍ ଏବଂ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟ ପ୍ରମୁଖ ଶିକ୍ଷାବିତ୍‌ମାନେ ଏହି ପୁସ୍ତକର ଉଚ୍ଚ ପ୍ରଶଂସା କରିଛନ୍ତି ।

ପୁସ୍ତକଟି ଗବେଷକ, ଛାତ୍ରଛାତ୍ରୀ, ନୀତି ନିର୍ଦ୍ଧାରକ, କାର୍ଯ୍ୟନିର୍ବାହୀ ବ୍ୟବସ୍ଥା, ବେସରକାରୀ ଅନୁଷ୍ଠାନ ଏବଂ ଜନ-ସହଭାଗିତା ଭିତ୍ତିକ ସାମଗ୍ରିକ ବିକାଶ ଉପରେ ବିଶ୍ୱାସ ରଖିଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ପାଇଁ ବିଶେଷ ଉପାଦେୟ ହେବ।
ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ନିମନ୍ତେ ଏହି ପୁସ୍ତକ ଗୁଗୁଲ ବୁକ୍ସ, ସ୍ପ୍ରିଜର.କମ, ଆମାଜନ, ଗୁଗୁଲ ପ୍ଲେ ଷ୍ଟୋର, ବୁକ୍‌ଟପିକା. କମ୍‌ ଏବଂ ବ୍ଲାକ୍‌ୱେଲ୍‌.କୋ.ୟୁକେ ଆଦି ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ଉପଲବ୍‌ଧ । ଗୁଗୁଲ୍‌ ବୁକ୍ସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପୁସ୍ତକର କେତେକ ମୁଖ୍ୟାଂଶ ପଠନ କରିପାରିବେ ।
ପୁସ୍ତକକୁ ଉନ୍ମୋଚନ କରି ମୁଖ୍ୟ ଶାସନ ସଚିବ ବିଶ୍ୱସ୍ତରୀୟ ଲେଖାନିମନ୍ତେ ଡଃ ମହାପାତ୍ରଙ୍କର ପ୍ରଶଂସା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତରହି ଡଃ ମହାପାତ୍ରଙ୍କୁ ବଧେଇ ଜଣାଇଥିଲେ ।

Also Read  Chief Secretary felicitates PRO U.K. Mohapatra for quality research work on Civil Society and Rural Development.