ଓମୀକ୍ରନ ପାଇଁ ଟୀକା ଦେବାକୁ ଆସିଛନ୍ତି କହି ଘର ଭିତରକୁ ପଶିଲେ ଏବଂ ସୁନାଗହଣା ଲୁଟିନେଲେ

0
791
ଓମୀକ୍ରନ ପାଇଁ ଟୀକା ଦେବାକୁ ଆସିଛନ୍ତି କହି ଘର ଭିତରକୁ ପଶିଲେ ଏବଂ ସୁନାଗହଣା ଲୁଟିନେଲେ
ଓମୀକ୍ରନ ପାଇଁ ଟୀକା ଦେବାକୁ ଆସିଛନ୍ତି କହି ଘର ଭିତରକୁ ପଶିଲେ ଏବଂ ସୁନାଗହଣା ଲୁଟିନେଲେ

ଡ଼ିସେମ୍ବର ୪
ଓମୀକ୍ରନ ଟୀକା ଦେବାକୁ ଆସିଛନ୍ତି ବୋଲି କହି ଘରୁ ସବୁ ସୁନା ଅଳଙ୍କାର ଲୁଟି ନେଲେ ତିନିଜଣ ଡକାୟତ I ଘଟଣାଟି ଘଟିଛି କର୍ଣ୍ଣାଟକ ରେ I ପୋଲିସର ସୂଚନାନୁସାରେ, ତିନିଜଣ ଡକାୟତ ଏକ କାରରେ ଆସିଥିଲେ ଏବଂ ସେମାନେ ହାତରେ ଗ୍ଳୋବ୍ସ ପିନ୍ଧିଥିଲେ ଏବଂ ନିଜକୁ ମେଡିକାଲ କର୍ମଚାରୀ ଭାବରେ ଦର୍ଶାଇ ଘର ଭିତରକୁ ଯାଇଥିଲେ।

ଅଭିଯୁକ୍ତ ଜଣକ ସମ୍ୱାଦ ସିଂଙ୍କ ପତ୍ନୀ ପିସ୍ତା ଦେବୀ ଏବଂ ତାଙ୍କ ବୋହୂ ଙ୍କ ସହ କୋଭିଡ -19 ଟୀକାକରଣ ବିଷୟରେ ପଚାରିଥିଲେ। ଯେତେବେଳେ ପିସ୍ତା ଦେବୀ ତାଙ୍କ ସ୍ୱାମୀଙ୍କୁ ଡାକିବାକୁ ଚେଷ୍ଟା କଲେ, ଅଭିଯୁକ୍ତ ତାଙ୍କ କପାଳରେ ପିସ୍ତଲ ଲଗାଇଥିଲା I ପରେ ​ସେମାନଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଚୋରମାନେ ଘରୁ ସୁନା ଅଳଙ୍କାର ଲୁଟି ନେଇଥିଲେ।

ଏହି ସମୟ ରେ ପିସ୍ତା ଦେବୀଙ୍କ ବଡ ପୁଅ ବିକ୍ରମ ସିଂ ଘରକୁ ଫେରିଥିଲେ ଏବଂ ଘର ବାହାରେ ତାଙ୍କର ଡକାୟତ ମାନଙ୍କ ସହ ଦେଖାହେଲା I ସେ ଦୁଇଟି ଯାକ ଡୋଜ ନେଇଛନ୍ତି କି ନାହିଁ ବୋଲି ଡକାୟତମାନେ ତାଙ୍କୁ ପଚାରିଥିଲେ। ବିକ୍ରମ କହିଥିଲେ ସେ ଟୀକା ନେଇସାରିଛନ୍ତି I ଏହା ଶୁଣି, ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଘର ଭିତରକୁ ଆସିବା ପରେ ବିକ୍ରମ ଡକାୟତି ହେଇଥିବା କଥା ଜାଣି ପାରିଲେ I

ଯଶୱନ୍ତପୁର ପୋଲିସ ଏହି ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ପଚରାଉଚରା କରୁଛି। ଯେଉଁ ଘରୁ ଏହି ଡକାୟତି ହୋଇଥିଲା ସେହି ଘର ନିକଟରୁ ପୋଲିସ ଏକ ଲାଲ ରଙ୍ଗର କାର ମଧ୍ୟ ଜବତ କରିଛି। ଏହା କାର ଟିକୁ ସେମାନେ ଚୋରି କରି ଡକାୟତି କାମ ରେ ବ୍ୟବହାର କରୁଥିବା ନେଇ ପୋଲିସ ସନ୍ଦେହ କରୁଛି।

Also Read  Saw 'Siddhartha' jumping from bridge into river: fisherman