ଓଡ଼ିଶାରେ ପ୍ରଥମ : ଜିଆଇ କ୍ୟାନ୍ସର ନିମନ୍ତେ ଇଏସ୍‌ଡି ଚିକିତ୍ସା

0
1199
ଓଡ଼ିଶାରେ ପ୍ରଥମ : ଜିଆଇ କ୍ୟାନ୍ସର ନିମନ୍ତେ ଇଏସ୍‌ଡି ଚିକିତ୍ସା
ଓଡ଼ିଶାରେ ପ୍ରଥମ : ଜିଆଇ କ୍ୟାନ୍ସର ନିମନ୍ତେ ଇଏସ୍‌ଡି ଚିକିତ୍ସା

ଜାନୁଆରୀ ୨୪
ବୈଷୟିକ ଜ୍ଞାନ କୌଶଳରେ ଉନ୍ନତି ଯୋଗୁଁ ବର୍ତ୍ତମାନ ଗ୍ୟାଷ୍ଟ୍ରୋଇନ୍‌ଟେଷ୍ଟିନାଲ୍ ଟ୍ରାକ୍‌ରେ ସୃଷ୍ଟି ହେଉଥିବା କ୍ୟାନ୍ସରର ଶୀଘ୍ର ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ସହିତ ଏହାର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ହୋଇପାରୁଛି ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରେଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ କହିଛନ୍ତି ।
ହାଇ ରିଜୋଲ୍ୟୁସନ୍ ନ୍ୟାରୋ ବ୍ୟାଣ୍ଡ ଇମେଜିଂ ସିଷ୍ଟମ୍ ସାହାଯ୍ୟରେ ବର୍ତମାନ ପ୍ରାରମ୍ଭିକ ସ୍ତରରେ କ୍ୟାନ୍ସରର ଚିହ୍ନଟ ନିଖୁଣ ଭାବେ ହୋଇପାରୁଛି ଏବଂ ସମ୍ପୂର୍ଣ୍ଣ ଭାବରେ ଏହାର ଚିକିତ୍ସା ଏବଂ ନିରାକରଣ ମଧ୍ୟ ହୋଇପାରୁଛି ବୋଲି ସେ କହିଛନ୍ତି ।
ଏହି ଚିକିତ୍ସା ଦ୍ୱାରା ସମସ୍ୟାର ପୁନରାବୃତି ହେଉ ନଥିବା ବେଳେ କୌଣସି କେମୋଥେରାପି କିମ୍ବା ରେଡିଓଥେରାପିର ଆବଶ୍ୟକତା ପଡୁନାହିଁ ଏବଂ ରୋଗୀଟି ସୁସ୍ଥ ଏବଂ ସାଧାରଣ ଜୀବନଶୈଳୀ ସହ ବଂଚିପାରୁଛି ବୋଲି ପ୍ରଫେସର ସାହୁ କହିଛନ୍ତି ।
ପ୍ରାଥମିକ ସ୍ତରରେ କ୍ୟାନ୍ସର ଚିହ୍ନଟ ହେବା ପରେ ସବୁଠାରୁ ଉତ୍କୃଷ୍ଟ ଚିକିତ୍ସା ହେଉଛି ଅପରେସନ୍ ଦ୍ୱାରା କ୍ୟାନ୍ସରଟିକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦେବା ।
ଏହା ଲାପ୍ରୋସ୍କୋପିକ୍ ସର୍ଜରୀ କିମ୍ବା ଓପନ୍ ସର୍ଜରୀ ଦ୍ୱାରା କରାଯାଇଥାଏ । କିନ୍ତୁ ଇଏସ୍‌ଡି ଅର୍ଥାତ୍ ଏଣ୍ଡୋସ୍କୋପିକ୍ ସବ୍‌ମୁକୋସାଲ୍ ଡିସେକ୍ସନ୍ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବର୍ତମାନ ଉପଲବ୍ଧ ଥିବାରୁ ଏହା ଶରୀରର ବାହାର ପଟରୁ କଟା ନଯାଇ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ କରାଯାଇପାରୁଛି । ସବ୍‌ମୁକୋସାଲ୍ ଡିସେକ୍ସନ୍ ଜ୍ଞାନକୌଶଳ ବ୍ୟବହାର ଯୋଗୁଁ କ୍ୟାନ୍ସରଟିକୁ ବିନା ରକ୍ତସ୍ରାବରେ ସମ୍ପୂର୍ଣ୍ଣ ରୂପେ ବାହାର କରାଯାଇପାରୁଛି ଏବଂ ଏହାର ଠିକ ପରଦିନ ରୋଗୀଟି ଘରକୁ ଯାଇପାରୁଛି ବୋଲି ସେ କହିଛନ୍ତି ।
ଏହି ନିରାପଦ ଏବଂ ଖୁବ୍ କମ୍ ମୂଲ୍ୟର ଜ୍ଞାନକୌଶଳ ଦ୍ୱାରା ଜିଆଇ କ୍ୟାନ୍ସର ସମ୍ପୂର୍ଣ୍ଣ ରୂପେ ନିରାକରଣ ହୋଇପାରୁଛି ବୋଲି ପ୍ରଫେସର ସାହୁ କହିଛନ୍ତି ।
ପ୍ରଫେସର ସାହୁଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସଫଳତାର ସହ ଦୁଇ ଜଣ ରୋଗୀଙ୍କର ଚିକିତ୍ସା କରିଛନ୍ତି । ଏହି ଦୁଇଜଣ ରୋଗୀ ପ୍ରାଥମିକ କ୍ୟାନ୍ସରରେ ଚିହ୍ନଟ ହୋଇଥିଲେ ।
ଓଡ଼ିଶାର ଲୋକଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରଥମ ଥର ପାଇଁ ଏହି ଜ୍ଞାନକୌଶଳକୁ ଡାକ୍ତର ସାହୁ ଏବଂ ତାଙ୍କ ଟିମ୍ ଜାପାନରୁ ଆଣିଛନ୍ତି ।

 

Also Read  J.P. Nadda demands action against those responsible for Sum hospital fire mishap