ଓଡ଼ିଶାରେ ଲଘୁଚାପ ପ୍ରଭାବ ପଡ଼ିବନି : ହେଲେ କେଉଁ ଜିଲ୍ଲାରେ ବର୍ଷା ହେବ ?

0
454
low-pressure-to-form-in-next-12-hours Heavy Rainfall in odisha

ତାମିଲନାଡ଼ୁ, କେରଳ ମୁହାଁଇବ ଲଘୁଚାପ : ରାଜ୍ୟରେ ପାଗ ଶୁଖିଲା, ଥାଣ୍ଡା ବଢ଼ିବ

ଭୁବନେଶ୍ୱର, ୨୮ା୧୧ : ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦ୍ୱାରା ତାମିଲନାଡୁ ଓ କେରଳରେ ଭାରୀ ବର୍ଷା ହେବ । ଏହା ପ୍ରଭାବରେ ଆସନ୍ତା ୩୧ ଓ ନଭେମ୍ବର ୧ରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଗ ମେଘୁଆ ସହିତ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନ ଆକଳନ କରିଛନ୍ତି ।

କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରି କହିଛନ୍ତି ଯେ, ଥାଇଲ୍ୟାଣ୍ଡରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଅଂଶବିଶେଷ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୩୦ ତାରିଖରେ ଲଘୁଚାପ କ୍ଷେତ୍ର ହିସାବରେ ପହ ିବ । ତେବେ ନଭେମ୍ବର ୨ତାରିଖରେ ଏହା ଦୁର୍ବଳ ହୋଇଯିବ । କିନ୍ତୁ ଏହା ଲଘୁଚାପ ବଳୟ ହିସାବରେ ବଙ୍ଗୋପସାଗରରେ ବିସ୍ତୃତ ହେବା ସହିତ ଉତ୍ତର-ପୂର୍ବ ମୌସୁମୀ ବାୟୁକୁ ସକ୍ରିୟ କରିବ । ଏହାଦ୍ୱାରା ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ଭାରୀ ବର୍ଷା ହୋଇପାରେ । ଏହାର ପ୍ରଭାବରେ ନଭେମ୍ବରରେ ୪ ଓ ୫ ତାରିଖରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ସହିତ ହାଲୁକା ବର୍ଷା ହୋଇପାରେ । ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ଉପକୂଳ ସଂଲଗ୍ନ ଜିଲ୍ଲାରେ ପାଗ ଆଂଶିକ ମେଘଆ ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ରାଜ୍ୟକୁ ଉତ୍ତର ଭାରତରୁ ପବନ ବୋହୁଛି । ଆସନ୍ତା ୨୯ ତାରିଖରୁ ନଭେମ୍ବର ୨ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିପାରେ । ୨ରୁ ୫ତାରିଖ ବାୟୁ ଉତ୍ତର ଭାରତକୁୁ ଯିବା ଯୋଗୁ ତାପମାତ୍ରା କମିବ ନାହିଁ । ତେବେ ୫ତାରିଖ ପରେ ପୁଣି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ।

ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିପାରେ
ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିପାରେ
ଏବେ ରାଜ୍ୟର କେତେକ ସ୍ଥାନରେ ଧାନ ଫସଲରେ ମହିଷା ରୋଗ, ପତ୍ରପୋଡ଼ା ଏବଂ ଚକଡ଼ା ପୋକ ବା ମାଟିଅ । ଗୁଣ୍ଡି ପୋକ ଦ୍ୱାରା ଆକ୍ରାନ୍ତ ହୋଇଛି । ନଭେମ୍ବର ପ୍ରଥମ ସପ୍ତାହରେ ଏହା ବଢ଼ିବାର ସମ୍ଭାବନା ଅଛି । ତେଣୁ ଅନୁମୋଦିତ ପ୍ରଣାଳୀରେ ଦମନ କରନ୍ତୁ ବୋଲି ଶ୍ରୀ ପଶୁପାଳକ ପରାମର୍ଶ ଦେଇଛନ୍ତି ।
Also Read  ସରିଲା ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା’

LEAVE A REPLY

Please enter your comment!
Please enter your name here