ଓଡ଼ିଶାରେ ହୋଲିର ଧୁମ୍: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0
1347
Odisha CM To Lay Foundation Stone For The Expansion Of Odisha Bhawan, Mumbai
Odisha CM To Lay Foundation Stone For The Expansion Of Odisha Bhawan, Mumbai

ଭୁବନେଶ୍ବର: ଆଜି ହେଉଛି ରଙ୍ଗ ପର୍ବର ହୋଲି। ସାରା ଦେଶ ଉତ୍ସବମୁଖର। ଏଥିରୁ ଏଥର ବାଦପଡ଼ିନି ଓଡ଼ିଶା। ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ନିଜ ଟୁଇଟର ଜରିଆାରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟରରେ ଲେଖିଛନ୍ତି, ରଙ୍ଗର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ସମସ୍ତେ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ।

ପବିତ୍ର ଦୋଳ ପୂର୍ଣ୍ଣିମା ପରେ ଆଜି ସାରା ଓଡ଼ିଶାରେ ହୋଲି ପାଳିତ ହେଉଛି। ସହରଠାରୁ ନେଇ ପଲ୍ଲୀ ଯାଏ ରଙ୍ଗର ପର୍ବର ଝଲକ ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ହେବ କରୋନାର କଟକଣା ହେତୁ ଲୋକେ ହୋଲି ଉତ୍ସକୁ ଠିକ୍ ଭାବେ ପାଳନ କରିପାରି ନଥିଲେ। ହେଲେ ଏଥର କରୋନା ସଂକ୍ରମଣ କମ୍ ଥିବାରୁ କଟକଣା ଭିତରେ ପାଳନ ହେଉଛି ହୋଲି । ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି ।

କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ଥିବାରୁ ଲୋକେ ତାକୁ ମାନି ପରିବାର ଲୋକଙ୍କ ଗହଣରେ ହୋଲି ପାଳନ କରୁଥିବା ପରିଲକ୍ଷିତ ହେଉଛି। ଆନନ୍ଦ, ଉଲ୍ଲାସର ସହ ଲୋକେ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ହୋଲି ମନାଉଛନ୍ତି । ଏପରିକି କେତେକ ସ୍ଥାନରେ ରଙ୍ଗ ଖେଳିବା ସହ ଲୋକେ ନାଚଗୀତରେ ବି ମସଗୁଲ୍ ଥିବାର ଦେଖିବାକୁ ମିଳୁଛି।

Also Read  ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପାଇଁ ଯାଇଥିବା ଋଷ ଶିଳ୍ପପତିଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ