ଅଧିକ ଯୌତୁକ ପାଇଁ ବଧୂହତ୍ୟା; ଶ୍ଵଶୁର ଅଟକ, ପୋଲିସର ତଦନ୍ତ ଜାରି

0
471
Bride killing for dowry in Salepur

ଯୌତୁକ ରାଗ ଓ ଦୁଇଟି ଝିଅ ହେଲା ବୋଲି ବୋହୂକୁ ନିର୍ଯାତନା ଦେଇ ଜୀବନରୁ ମାରିଦେଲେ ଶାଶୂଘର ଲୋକ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ନଈଗୁଆଁ ଗାଁରୁ । ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ମିଶି ଝିଅକୁ ହତ୍ୟା କରିଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସାଲେପୁର ତହସିଲଦାର ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ, ନଈଗୁଆଁ ଗାଁ’ର ବିଜୟ ମହାରଣାଙ୍କୁ ଲୁଣାହାର ଗାଁ’ର ବଟ ଓଝାଙ୍କ ଝିଅ ରୀନା ୭ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ସମୟରେ ଲକ୍ଷାଧିକ ଟଙ୍କା ସହ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା । ତେବେ ଶାଶୂଘର ଲୋକ ସବୁବେଳେ ଆହୁରି ଅଧିକ ଯୌତୁକ ଦାବି କରି ଆସୁଥିଲେ । ବିବାହ ପରେ ଶାଶୁ ଘର ଲୋକ ଆହୁରି ୫୦ ହଜାର ଟଙ୍କା ଦାବି କରିଆସୁଥିଲେ। ଏହା ସହ ରୀନାଙ୍କୁ ନିର୍ଯାତନା ଦେଉଥିଲେ। ତେବେ ଗତକାଲି ରୀନାଙ୍କୁ ତାଙ୍କ ଶାଶୁ ଘର ଲୋକ କୌଣସି କାରଣକୁ ନେଇ ମାଡ଼ ମାରି ହତ୍ୟା କରିବା ପରେ ସାଲେପୁର ମେଡିକାଲକୁ ଆଣିଥିଲେ। ଏହାପରେ ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ଏତଲା ପରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିସ ଓ ତହସିଲଦାର ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ଅଭିଯୁକ୍ତ ଶ୍ଵଶୁରଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।

Also Read  Swachhata Pakhwada at Paradip Port Trust completes Second Week