କଙ୍ଗନା ରାନାୱତ ପଦ୍ମଶ୍ରୀ ପୁରସ୍କାର ପାଇବା ପରେ, କଣ କହିଲେ ତାଙ୍କ ପ୍ରତିକ୍ରିୟା ରେ ….ପଢନ୍ତୁ …

0
881
କଙ୍ଗନା ରାନାୱତ ପଦ୍ମଶ୍ରୀ ପୁରସ୍କାର ପାଇବା ପରେ, କଣ କହିଲେ ତାଙ୍କ ପ୍ରତିକ୍ରିୟା ରେ ....ପଢନ୍ତୁ ...

ନଭେମ୍ବର ୮
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ପଦ୍ମ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। କଙ୍ଗନା ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ସହ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ଶିଳ୍ପରେ ଅବଦାନ ପାଇଁ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଏହାପୂର୍ବରୁ କଙ୍ଗନା ରାନାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। କଙ୍ଗନା ତାଙ୍କର ଦୁଇଟି ଚଳଚ୍ଚିତ୍ର ‘ମାଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ। କଙ୍ଗନା ପଦ୍ମଶ୍ରୀ ପାଇବା ପରେ ତାଙ୍କର ଖୁସି ସୋସିଆଲ ମିଡ଼ିଆ ରେ ବ୍ୟକ୍ତ କରିଛନ୍ତି I
କଙ୍ଗନା କହିଛନ୍ତି , ‘ବନ୍ଧୁଗଣ, ମୁଁ ଜଣେ କଳାକାର ଭାବରେ ବହୁତ ଭଲପାଇବା ଏବଂ ସମ୍ମାନ ପାଇଛି, କିନ୍ତୁ ଆଜି ପ୍ରଥମ ଥର ପାଇଁ ଜଣେ ଆଦର୍ଶ ନାଗରିକ ଭାବରେ ମୁ ପୁରସ୍କୃତ ହେଇଛି I ଯେତେବେଳେ ମୁଁ ମୋର କ୍ୟାରିଅର୍ ଆରମ୍ଭ କଲି, ମୁଁ ଅନେକ ବର୍ଷ ପର୍ଯ୍ୟନ୍ତ ସଫଳତା ପାଇଲି ନାହିଁ | କିନ୍ତୁ ଯେତେବେଳେ ମୁଁ 8-10 ବର୍ଷ ପରେ ସଫଳତା ପାଇଲି, ସେତେବେଳେ ମୁଁ ସଫଳତାକୁ ଉପଭୋଗ କରିପାରିଲି ନାହିଁ |’
ସେ ପୁଣି କହିଛନ୍ତି, ‘ ଫିଲ୍ମ ଇଣ୍ଡଷ୍ଟ୍ରି ରେ, ମୁଁ ଅନେକ ଜିନିଷକୁ ଗ୍ରହଣ କରି ନ ଥିଲି I ଆଇଟମ୍ ନମ୍ବର ହେଉ କିମ୍ବା ବଡ ପ୍ରଡକ୍ସନ୍ ହାଉସ ର ଫିଲ୍ମ ରେ କାମ କରିବା ମୁଁ ପସନ୍ଦ କରି ନ ଥିଲି I ଏହା ଦ୍ୱାରା ମୁଁ ଟଙ୍କା ଅପେକ୍ଷା ଅଧିକ ଶତ୍ରୁ ସୃଷ୍ଟି କରିଥିଲି | ଯେତେବେଳେ ଦେଶ ବିରୁଦ୍ଧରେ ଘଟୁଥିବା ଘଟଣାଗୁଡ଼ିକ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଉଠାଇଲି, ମତେ ଗୁଡ଼ାଏ ମାମଲା ର ସାମ୍ନା କରିବାକୁ ପଡିଲା I ଏବେବି ମୋ ବିରୋଧରେ ଅନେକ ମାମଲା ଚାଲିଛି। ଏହି ସମ୍ମାନ ଅନେକ ଲୋକଙ୍କ ମୁହଁ ବନ୍ଦ କରିବ | ଏହି ଦେଶ କୁ ମୁଁ ବହୁତ ସମ୍ମାନ କରେ .. ଜୟ ହିନ୍ଦ! ‘

Also Read  #Sisteract: Deepika gets all mushy over Anisha