କଟକ ରେଳ ଷ୍ଟେସନରେ ଅଘଟଣ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

0
469

କଟକ: କଟକ ରେଳଷ୍ଟେସନରେ ଅଘଟଣ । ରେଳ ଷ୍ଟେସନରେ ଲାଇନଚ୍ୟୁତ ହେଲା ତାଳଚେରରୁ ପାରାଦୀପ କୋଇଲା ନେଇ ଯାଉଥିବା ମାଲବାହୀ ଟ୍ରେନ । କଟକ ରେଳ ଷ୍ଟେସନ ୟାର୍ଡରେ ଗତକାଲି  ମଧ୍ୟରାତ୍ରିରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।

ଏଥିରେ କେହି ମୃତାହତ ହୋଇନଥିବା ବେଳେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ୩ଟି ବଗି ଲାଇନଚ୍ୟୁତ ହୋଇଥିଲେ ବି ଏବେ ରେଳ ଚଳାଚଳ ସ୍ବାଭାବିକ ରହିଛି। ୩ଟି ମଧ୍ୟରୁ ଗୋଟେ ବଗିକୁ ଧାରଣାରୁ ହଟାଯାଇଥିବା ବେଳେ ଅନ୍ୟ ୨ଟିକୁ ହଟାଇବାକୁ ଉଦ୍ୟମ ଜାରି ରହିଛି।

ଏବେ ଲାଇନଚ୍ୟୁତ ବଗି ଗୁଡ଼ିକୁ ଲାଇନକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଉ ୪ଘଣ୍ଟା ପରେ ସବୁ ଲାଇନ କ୍ଲିଅର ହେବ ବୋଲି ଜଣାପଡ଼ିଛି । ତେବେ କେଉଁ କାରଣରୁ ଏହି ଅଘଟଣ ଘଟିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ଏହାର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଆରଏମ।

 

Also Read  ୱାଙ୍ଖଡ଼େଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲା ଏନ୍‌ସିବି