କମଲ ହାସନ କରୋନା ରେ ଆକ୍ରାନ୍ତ ହେଇ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି

0
687
କମଲ ହାସନ କରୋନା ରେ ଆକ୍ରାନ୍ତ ହେଇ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି

ନଭେମ୍ବର ୨୨
ଚଳଚ୍ଚିତ୍ର ତାରକା କମଲ ହାସନ କରୋନା ରେ ସଂକ୍ରମିତ ହେଇଛନ୍ତି I ବର୍ତ୍ତମାନ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କମଲ ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି। କମଲ ନିକଟରେ ଆମେରିକାରୁ ଫେରି ଆସିଛନ୍ତି। ସେ ଏକ ଟୁଇଟରେ ପ୍ରକାଶ କରିଛନ୍ତି ଯେ ଆମେରିକାରୁ ଫେରିବା ପରେ ତାଙ୍କର ସାମାନ୍ୟ କାଶ ହୋଇଥିଲା। ପରେ ସେ କରୋନା ରେ ସଂକ୍ରମିତ ବୋଲି ପରୀକ୍ଷା ରୁ ଜଣା ପଡିଥିଲା I
ସେ ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ କରିବା ସହ କୋଭିଡ -19 ଚାଲିଯାଇ ନାହିଁ ବୋଲି କହିଛନ୍ତି I

ଗତ ଜାନୁଆରୀ 2021 ରେ କମଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହବାକୁ ପଡିଥିଲା I କମଲଙ୍କ ଡାହାଣ ଗୋଡ଼ର ଅସ୍ଥିରେ ସଂକ୍ରମଣ ହୋଇଥିଲା | ଯେଉଁଥିପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା | କିଛି ବର୍ଷ ପୂର୍ବେ ହୋଇଥିବା ଆଘାତ ଯୋଗୁଁ ଏହି ସଂକ୍ରମଣ ହୋଇଥିଲା |

Also Read  ପୂର୍ବତନ ସରପଞ୍ଚଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା