୧୮ ବର୍ଷର କମ୍ ବୟସ୍କ ଶିଶୁଙ୍କୁ ଟିକାକରଣ ଖୁବଶୀଘ୍ର : କାଲିଠୁ ପ୍ରଶିକ୍ଷଣ ଆରମ୍ଭ

0
682
ruckus-in vaccination center at balasore

ରାଜ୍ୟରେ ୫୨୪ କରୋନା ପଜିଟିଭ୍, ୮୨ଶିଶୁ ସଂକ୍ରମିତ

ଭୁବନେଶ୍ୱର, ୨୧ା୧୦ : ରାଜ୍ୟରେ ୨ରୁ ୧୮ ବର୍ଷ ଶିଶୁଙ୍କୁ ଟିକାକରଣ ଖୁବଶୀଘ୍ର ହେବ। ଆସନ୍ତାକାଲିଠୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ରାଜ୍ୟରେ ୧କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷର ହିତାଧିକାରୀ ଅଛନ୍ତି। ସେମାନଙ୍କ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ର ବୃଦ୍ଧି ସହ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ। ଶିଶୁଙ୍କୁ ଟିକା ଦେବାକୁ କୋଭାକ୍ସିନ ଓ ଜାଇକୋଭ-ଡିକୁ ମିଳିଛି ଅନୁମତି। କୋଭାକ୍ସିନର ୨ଟି ଡୋଜ୍ ଥିବା ବେଳେ ଜାଇକୋଭ -ଡି ଟିକା ନେଲେ ୩ଟି ଡୋଜ୍ ନେବାକୁ ପଡିବ।

କୋଭାକ୍ସିନର ପ୍ରଥମ ଡୋଜର ୪ ସପ୍ତାହ ପରେ ନେବେ ଦ୍ୱିତୀୟ ଡୋଜ୍। ସେପଟେ ଦେଶରେ ନୂଆ କରୋନା ଭୂତାଣୁ ଦେଖାଦେଇଛି। ମହାରାଷ୍ଟ୍ରରେ ଦେଖାଦେଇଥିବା ନୂଆ ଭୂତାଣୁର ନାଁ ଘୋଷଣା ହୋଇନି। ତେବେ ଏହାକୁ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଆଶ୍ୱସ୍ତିକର ଖବର ହେଉଛି, ତୃତୀୟ ଲହରୀ ଆସିବା ସମ୍ଭାବନା ବହୁତ କମ୍। ଯଦି ଲୋକମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବେ, ତେବେ ତୃତୀୟ ଲହର ସମ୍ପୂର୍ଣ୍ଣ ଏଡାଇ ଦିଆଯାଇପାରିବ ବୋଲି ବିଜୟ ମହାପାତ୍ର କହିଛନ୍ତି।

ରାଜ୍ୟରେ  ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ ୮୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୬୬ଜଣ, ମୟୂରଭଞ୍ଜରୁ ୨୧ ଜଣ, ବାଲେଶ୍ୱରରୁ ୧୪ ଜଣ, ବରଗଡ଼ରୁ ୨ ଜଣ, ଅନୁଗୁଳରୁ ୪ ଜଣ, ଭଦ୍ରକରୁ ୮ ଜଣ, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧରୁ ୨ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୧୬ ଜଣ, ଯାଜପୁରରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, କନ୍ଧମାଳରୁ ୧ ଜଣ, କୋରାପୁଟରୁ ୩ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୧୨ ଜଣ, ସୁନ୍ଦରଗଡ଼ରୁ ୧୯ ଜଣ ଓ ଷ୍ଟେଟ ପୁଲରୁ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏବେ ୧୦ ଲକ୍ଷ ୩୭ ହଜାର ୦୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୨୩ ହଜାର ୮୪୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪ ହଜାର ୮୫୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି- ନବୀନ ପଟ୍ଟନାୟକ