କେବିଏନ୍‌ ଗ୍ୟାଙ୍ଗ : ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

0
527
କେବିଏନ୍‌ ଗ୍ୟାଙ୍ଗ
କେବିଏନ୍‌ ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ରକ୍ତ ଚିରିତ୍ର ଭିଡିଓ ଭାଇରାଲ କରି ଆତଙ୍କ ସୃଷ୍ଟି କରିଥିବା କେବିଏନ ଗ୍ୟାଙ୍ଗର ୪ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ। ଏଥିପାଇଁ କୋର୍ଟରେ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ। ୪ ଅଭିଯୁକ୍ତ ହେଉଛନ୍ତି ରାହୁଲ ଜେନା, ରାଜେଶ ବେହେରା, ଶୁଭମ ପରିଡା ଓ ସନାତନ ବେହେରା। ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ଆବେଦନ କରିଛି ପୋଲିସ।

ମାରଣାସ୍ତ୍ର ଧରି ଭିଡିଓ କରିବା ଏବଂ ତାକୁ ଭାଇରାଲ କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପରେ କମିଶନରେଟ ପୋଲିସ୍ କେବିଏନ୍ ଗ୍ୟାଙ୍ଗ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସେମାନଙ୍କୁ ରିମାଣ୍ଡରେ ନେଇ ଗ୍ୟାଙ୍ଗ ସଂପର୍କରେ ଅଧିକ ପଚରାଉଚରା କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । ଗତକାଲି ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଘରେ ନୟାପଲ୍ଲୀ ଥାନା ପୋଲିସ ରେଡ୍ କରିଥିଲା । ବୁବୁ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି । ଭାଇରାଲ୍‌ ଭିଡିଓରେ ଥିବା ଖଣ୍ଡା ଜବତ କରାଯାଇଥିଲା ।

କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ ୨୯ ଜଣକ ନାଁରେ କମିଶନରେଟ ପୋଲିସ୍ ମାମଲା ରୁଜୁ କରିଛି। ଏଯାବତ ମାମଲାରେ ମୋଟ୍‌ ୯ଜଣ ଗିରଫ ହୋଇଛନ୍ତି।

Also Read  Villagers take law in their hands, thrash the robbers; two succumb to critical injuries