କୋଣାର୍କରେ ପ୍ରବଳ ଭିଡ଼ : ସୂର୍ଯ୍ୟମନ୍ଦିରକୁ ଧସେଇ ପଶିଲେ ପର୍ଯ୍ୟଟକ

0
653
କୋଣାର୍କରେ ପ୍ରବଳ ଭିଡ଼
କୋଣାର୍କରେ ପ୍ରବଳ ଭିଡ଼

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଗହଳି। ପର୍ଯ୍ୟଟକଙ୍କ ଭିଡ଼ ଏଭଳି କେବେ ଦେଖିବାକୁ ମିଳିନଥିଲା। ବର୍ଷର ଶେଷ ମାସ  ହୋଇଥିବାରୁ କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। କରୋନା ସଂକ୍ରମଣର ଭୟ ଭିତରେ ଏହି ଭିଡ଼ ଲୋକଙ୍କ ବେପରୁଆ ମନୋଭାବକୁ ହିଁ ଦର୍ଶାଉଛି। ଏପଟେ ଟିକେଟ କାଉଣ୍ଟରରେ ଅବ୍ୟବସ୍ଥା ଯୋଗୁଁ ପର୍ଯ୍ୟଟଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି।

ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ବୁଲିବାକୁ ଦେଶବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଆଜି ସକାଳେ ମଧ୍ୟ ହଜାର ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ବୁଲିବାକୁ ଆସିଥିଲେ। ତେବେ ସର୍ଭର ଡାଉନ୍‌ ହୋଇଯିବା ଯୋଗୁ କୋଣାର୍କ ମନ୍ଦିରରେ ଥିବା ଟିକେଟ କାଉଣ୍ଟର ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା।

ପର୍ଯ୍ୟଟକମାନେ ଟିକେଟ କାଉଣ୍ଟର ପାଖରେ ଠିଆହୋଇ ଧୈର୍ଯ୍ୟ ହରା ହୋଇ ପଡ଼ିଥିଲେ। ଶେଷରେ ମୁଖ୍ୟ ଫାଟକରେ ଠିଆ ହୋଇଥିବା ଘରୋଇ ସିକ୍ୟୁରିଟି ଗାର୍ଡଙ୍କୁ ଠେଲି ଭିତରକୁ ଧସେଇ ପଶିଯାଇଥିଲେ। ପରେ ମନ୍ଦିର ନିକଟରେ ଥିବା ଫାଟକକୁ ବନ୍ଦ କରି ଦିଆଯାଇଥିଲା। ତେବେ ପର୍ଯ୍ୟଟକ ମାନେ ପାଚେରି ଡେଇଁ ଭିତରକୁ ପଶି ଯାଇଥିଲେ। ଏକ ଘଣ୍ଟା ପରେ ଟିକେଟ୍‌ କାଉଣ୍ଟର କାମ କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏହି ଘଟଣା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି।

Also Read  AIIMS Bhubaneswar dedicates 4D Spine & Gait Analysis Lab