କ୍ଷତିରେ ଚାଲୁଥିବା ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା

0
870

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ । ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଂଜୁରୀ ଦେଇଛି ।

ଏହି କମ୍ପାନି କିଣିବା ଦୌଡ଼ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲଓ୍ବା ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ, ଜେଏସଡବ୍ଲୁ ଷ୍ଟିଲ  ମଧ୍ୟ ଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲର ଏକ ଶାଖା ସଂସ୍ଥା ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ନିଲାମରେ ବିଜୟୀ ହୋଇଛି ।

ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲୁଥିବା ଏନଆଇଏନଏଲ ହେଉଛି ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଏଥିରେ ଏମଏମଟିସି, ଭେଲ୍‌, ଏନଏମଡିସି ଓ ମେକନ ଆଦି ସରକାରୀ ଉଦ୍ୟୋଗ ଏଥିରେ ପୁଞ୍ଜି ବିନିଯୋଗ କରିଥିଲେ ।  ଏଥିରେ ମଧ୍ୟ ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଥିଲା । ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ଏହି କମ୍ପାନି ଗତ ୩୦ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଛି । କମ୍ପାନିର ପ୍ରାୟ ୬୬୦୦ କୋଟିର ଋଣ ଓ ବକେୟା ରହିଛି । ୨୦୨୦ ଜାନୁଆରି ୮ରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Also Read  Students of KISS, Bhubaneswar play Holi with Ollywood celebs at their campus in Bhubaneswar

LEAVE A REPLY

Please enter your comment!
Please enter your name here