ଗଣଦୁଷ୍କର୍ମ ମାମଲା : ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

0
577
୪ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୪ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଅଭିଯୋଗକାରିଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଫୁଲବାଣୀ: ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ନାଁରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଷ । ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ କରିବା ସହ ଅଭିଯୋଗକାରିଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମିଥ୍ୟା ତଥ୍ୟ ଓ ସାକ୍ଷ୍ୟ ଦେଇଥିବାରୁ ଅଭିଯୋଗକାରିଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ । ଏହାସହ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ଅର୍ଥ ମଧ୍ୟ ନଦେବାକୁ ରାୟରେ ଦର୍ଶାଇଛନ୍ତି ବିଚାରପତି ଭାସ୍କରଚନ୍ଦ୍ର ସାହୁ ।

ଗତବର୍ଷ ୨୦୨୦ ମେ’ ମାସରେ ଗଣଦୁଷ୍କର୍ମ ହୋଇଥିବା ନେଇ ଯୁବତୀ ଅଭିଯୋଗ ଆଣିଥିଲେ । ଫୁଲବାଣୀ ସଦର ଥାନା ଅଂଚଳରେ ରହୁଥିବା ଜଣେ ଯୁବତୀ ତାଙ୍କ ମାମୁ ଘରକୁ ଯାଇଥିବା ବେଳେ ୪ଜଣ ଝିଅଙ୍କ ସହ ଗାଁ ନିକଟକୁ ବୁଲିବାକୁ ଯାଇଥିଲେ । ଏତିକି ବେଳେ ୪ଜଣ ଯୁବକ ଆସି ତାଙ୍କୁ ଭୟଭୀତ କରାଇଥିଲେ। ତେବେ ଏହି ସମୟରେ ଅନ୍ୟ ଝିଅ ମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ସମ୍ପୃକ୍ତ ଯୁବତୀ ଜଣକ ଯାଇପାରିନଥିଲେ । ଯୁବତୀଙ୍କୁ ଏକାକୀ ପାଇଁ ସେହି ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

 

Also Read  ପୁରୀ ଜିଲ୍ଲା ଛୁଇଁକି ଯିବ ବାତ୍ୟା ଜୱାଦ : ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବେଶୀ ପ୍ରଭାବ ପକାଇବ !