ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ: ଶୃତି ଶର୍ମା IAS ଟପ୍ପର, ୧୬ ଓଡ଼ିଆ କୃତକାର୍ଯ୍ୟ

0
143
civil-services-examination-2021-final-results declared

ନୂଆଦିଲ୍ଲୀ: ୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ (ୟୁପିଏସ୍‌ସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷାର ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ଥର ପରୀକ୍ଷାରେ ଶ୍ରୁତି ଶର୍ମା ଆଇଏଏସ୍‌ ଟପ୍ପର ହୋଇଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଙ୍କିତା ଅଗ୍ରଓ୍ଵାଲ ଓ ତୃତୀୟ ସ୍ଥାନରେ ଅଛନ୍ତି ଯାମିନୀ ସିଂଗଲ।

ଆଜି ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ଓଡିଆ ପିଲା ହାସଲ କରିଛନ୍ତି କୃତ୍ତିତ୍ୱ । ସୂଚନା ଅନୁସାରେ ସମୁଦାୟ ୧୬ ଜଣ ଓଡ଼ିଆ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶହେ ଜଣଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଓଡ଼ିଆ । ସୂଚନା ଅନୁସାରେ ୫୨ ତମ ସ୍ଥାନରେ ଅଛନ୍ତି ଅଙ୍କୁର ଦାସ । ସେହିପରି ୬୩ ନମ୍ବର ସ୍ଥାନରେ କାର୍ତ୍ତିକ ପାଣିଗ୍ରାହୀ, ୮୬ ନମ୍ବରରେ ଗୌରବ ଅଗ୍ରୱାଲ, ୯୯ ନମ୍ବରରେ ତରୁଣ ପଟ୍ଟନାୟକ ମାଦଳା ।

UPSC ଦ୍ୱାରା ପରିଚାଳିତ ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷାରେ ଏଥର ମୋଟ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଉତ୍ତର ପ୍ରଦେଶର ଝିଅ ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି । ଅନ୍ୟପଟେ ପ୍ରଥମ ୫ ଜଣଙ୍କ ମଧ୍ୟରେ ୪ ଜଣ ଝିଅ ରହିଛନ୍ତି । ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ମଧ୍ୟ ଝିଅମାନେ ସ୍ଥାନ ବଜାୟ ରଖିଛନ୍ତି । ଦ୍ବିତୀୟ ସ୍ଥାନରେ ଅଙ୍କିତା ଅଗ୍ରଓ୍ବାଲ ରହିଥିବା ବେଳେ ତୃତୀୟରେ ଗାମିନୀ ସିଂଗଲ, ଚତୁର୍ଥରେ ଐଶ୍ବର୍ଯ୍ୟା ବର୍ମା ଅଛନ୍ତି । ପଞ୍ଚମରେ ଉତ୍କର୍ଷ ଦ୍ବିବେଦୀ, ଷଷ୍ଠରେ ୟକ୍ଷ ଚୌଧୁରୀ, ସପ୍ତମରେ ସମ୍ୟକ କେ. ଜୈନ, ଅଷ୍ଟମରେ ଇସିତା ଏ. ରଥି , ନବମରେ ପ୍ରୀତମ କୁମାର ଓ ଦଶମରେ ହରକିରତ ସିଂହ ରାନ୍ଧଓ୍ବା ଅଛନ୍ତି ।

Also Read  ମୌସୁମୀ ଛୁଇଁବା ପରଠାରୁ ରାଜ୍ୟରେ ସ୍ୱାଭାବିକ ବର୍ଷା, ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା ଆଶଙ୍କା

LEAVE A REPLY

Please enter your comment!
Please enter your name here