କର୍ଣ୍ଣାଟକରେ ସଭାବେଳେ ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତଙ୍କ ଉପରେ କାଳିମାଡ଼

0
137
ink-thrown on farmaer leader rakesh-tikait-in-bengaluru

ନୂଆଦିଲ୍ଲୀ : କୃଷକ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼ । ବାଙ୍ଗାଲୋରରେ ପ୍ରେସମିଟ୍ ବେଳେ ରାକେଶ ଓ ସହଯୋଗୀ ଯୁଦ୍ଧବୀର ସିଂଙ୍କ ଉପରେ ହୋଇଛି କାଳିମାଡ଼ । ପ୍ରାୟ ୧୨ ଜଣ ଲୋକ ପ୍ରେସମିଟ ସ୍ଥଳରେ ପହଞ୍ଚି ତାଙ୍କ ଉପରେ କାଳିମାଡ଼ କରିଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଦାୟୀ କରିଛନ୍ତି ରାକେଶ । ଭାରତୀୟ କିଶାନ ୟୁନିୟନର ସଭାପତି ଅଛନ୍ତି ରାକେଶ ଟିକାୟତ । କାଳି ମାଡ଼ ପରେ ପ୍ରେସମିଟ୍‌ରେ ଥିବା ଲୋକମାନେ ପରସ୍ପର ଉପରକୁ ଚେୟାର ଫିଙ୍ଗା ଫୋପଡା କରିଥିଲେ । କାଳି ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରିଛନ୍ତି ଟିକାୟତଙ୍କ ସମର୍ଥକ ।

ରାକେଶ ମଞ୍ଚରେ ଷ୍ଟିଙ୍ଗ ଅପରେସନର ବାବଦରେ ସ୍ପଷ୍ଟୀକରଣ ରଖୁଥିଲେ । ସେତେବେଳେ ତାଙ୍କ ଉପରକୁ କାଳିମାଡ ହୋଇଥିଲା । କର୍ଣ୍ଣାଟକର କୃଷକ ନେତା କୋଡିହଲ୍ଲୀ ଚନ୍ଦ୍ରଶେଖରଙ୍କ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଏଥିରେ ସେ ଟଙ୍କା ମାଗୁଥିବା ଦେଖିବାକୁ ମିଳିଥିଲା । ରାକେଶ ଟିକାୟତ ଏନେଇ ସ୍ପଷ୍ଟୀକରଣ ରଖୁଥିବାବେଳେ ଏହି ଘଟଣା ଘଟିଛି । ଏହାକୁ ନେଇ ପ୍ରେସମିଟ୍ ଚାଲିଥିବା ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

Also Read  ପାଟ୍ରୋଲିଂ କରୁଥିବା ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ମୃତ ଘୋଷଣା କଲେ ଡାକ୍ତର

LEAVE A REPLY

Please enter your comment!
Please enter your name here