ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ଓମିକ୍ରନ୍‌

0
699
ଗୋଷ୍ଠୀ ସଂକ୍ରମଣ
ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଥମୁନି କରୋନାର କୋପ। ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ। କରୋନାର ଭାରିଏଣ୍ଟ ଓମିକ୍ରନ୍‌ ଚାରିଆଡେ ତାଣ୍ଡବ ରଚିଛି। ଏବେ ଏହାକୁ ନେଇ ଆସିଛି ନୂଆ ତଥ୍ୟ। ଭାରତରେ ଏହା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି। ଏହାର ପ୍ରଭାବ ଏବେ ଅନେକ ମେଟ୍ରୋ ସିଟି ଗୁଡିକରେ ଦେଖିବାକୁ ମିଳିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର INSACOG ସୂଚନା ଦେଇଛି।

INSACOG କହିଛି, ଓମିକ୍ରନ୍‌ ସଂକ୍ରାମକର ସବ ଭାରିଏଣ୍ଟକୁ BA.2 ମଧ୍ୟ ଦେଶରେ ଚିହ୍ନଟ ହୋଇଛି। ଭାରତୀୟ SARS-CoV-2 ଜିନୋମ ସିକ୍ୱେନ୍ସିଂ(INSACOG) ଜାନୁଆରୀ ୧୦ରେ ଜାରି କରିଥିବା ବୁଲେଟିନ୍‌ରେ କହିଥିଲା, ‘ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ଓମିକ୍ରନ୍ ମାମଲା ଲକ୍ଷଣ ହୀନ ବା ସାମାନ୍ୟ ଲକ୍ଷଣର ଚିହ୍ନଟ ହୋଇଛି। ସାମ୍ପ୍ରତିକ ତୃତୀୟ ୱେଭରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଆଇସିୟୁ ମାମଲା ବୃଦ୍ଧି ପାଇନଥିଲେ ମଧ୍ୟ ଏବଂ ବିପଦ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି।’ ସୂଚନା ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍‌ରେ ୧୦ ହଜାର ୫୦ ଜଣ ଆକ୍ରାନ୍ତ ହୋଇଥିବା ରେକର୍ଡ ରହିଛି। ଦେଶର ଦୈନିକ ପଜିଟିଭିଟି ରେଟ୍‌ ୧୭.୨୨% ରହିଛି।

Also Read  ଜୀବନରେ ସୁଖ ସମୃଦ୍ଧି ଓ ଖୁସିର ଲହରି ଆଣିବା ପାଇଁ ଆପଣାନ୍ତୁ ଫେଙ୍ଗ ସୁଇର ଏହି ଟିପ୍ସ....

LEAVE A REPLY

Please enter your comment!
Please enter your name here