ଘରକୁ ଫେରିବା ବେଳେ ବ୍ୟକ୍ତିଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

0
543

ଭଦ୍ରକ : ଘରକୁ ଫେରିବା ବେଳେ ଜଣେ ବ୍ୟକ୍ତିଙ୍କୁ ସଙ୍ଘବଦ୍ଧ ଆକ୍ରମଣ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଜଣଙ୍କ ହେଉଛନ୍ତି ନମକଣା ଗ୍ରାମର ପିତାମ୍ବର ଜେନା। ତେଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ନମକଣା ଗ୍ରାମର ପିତାମ୍ବର ଜେନା ରବିବାର ମଞ୍ଜୁରୀ ରୋଡ ବଜାରରୁ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ନମକଣା କେନାଲ ରାସ୍ତାରେ ଆକ୍ରମଣ କରିଥିଲେ ।

ଦୁର୍ବୃତ୍ତମାନେ ପିତାମ୍ବରଙ୍କ ଗୋଡ, ହାତ ଓ ମୁଣ୍ଡକୁ ହାଣିଦେଇଥିଲେ। ତେବେ ପିତାମ୍ଵରଙ୍କୁ ଗୁରୁତର ଅବସ୍ଥାରେ ମଞ୍ଜୁରୀରୋଡ଼ ଫାଣ୍ଡି ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ହେଲେ ସେଠାରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ୧୫ରେ ଛୁଇଁବ ଉପକୂଳ