ଚତୁର୍ଥ ପର୍ଯ୍ୟାୟ ପାଇଁ ସୁରକ୍ଷାକୁ ଆହୁରି କଡାକଡି କରିଛି ଓଡିଶା ପୋଲିସ

0
942
ପଂଚାୟତ ନିର୍ବାଚନ ର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି
ପଂଚାୟତ ନିର୍ବାଚନ ର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି

ଫେବୃଆରୀ ୨୧
ପଞ୍ଚାୟତ ନିର୍ବାଚନର ପ୍ରଥମ ତିନୋଟି ପର୍ଯ୍ୟାୟରେ ଅନେକ ଗୁଡିଏ ହିଂସାତ୍ମକ ଘଟଣା ଘଟିବା ପରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡିଶା ପୋଲିସ ସୁରକ୍ଷାକୁ ଆହୁରି କଡାକଡି କରିଛି ବୋଲି ଅଧିକାରୀମାନେ ସୋମବାର କହିଛନ୍ତି।
ଚତୁର୍ଥ ପର୍ଯ୍ୟାୟ ପାଇଁ ପୋଲିସ ଅଫିସର ଙ୍କ ସହ 257 ପ୍ଲାଟୁନ୍ ଫୋର୍ସ ଏବଂ 1473 ମୋବାଇଲ୍ ପାଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଥିବାବେଳେ ଫେବୃଆରୀ ୨୦ ରେ ଅନୁଷ୍ଠିତ ପୂର୍ବ ପର୍ଯ୍ୟାୟ ପାଇଁ 240 ପ୍ଲାଟୁନ୍ ଫୋର୍ସ, 1,625 ମୋବାଇଲ୍ ପାଟ୍ରୋଲିଂ ପାର୍ଟି ନିୟୋଜିତ କରାଯାଇଥିଲା I
ଗତ ପର୍ଯ୍ୟାୟ ରେ ଯାଜପୁର ଜିଲ୍ଲାରେ, ତିନିଜଣ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ଅନ୍ୟ କେତେଗୁଡିଏ ହିଂସା ଘଟଣା ଯୋଗୁଁ ସୁରକ୍ଷା ବ୍ୟବସ୍ଥା କୁ ଆହୁରି କଡାକଡି କରାଯାଇଛି I ବିଭିନ୍ନ ଘଟଣାରେ ପୋଲିସ ୮୨ ଜଣଙ୍କୁ ଗିରଫ କରିଛି। ଯାଜପୁର ଜିଲ୍ଲାରେ ୪୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ୯ ଜଣ, ଜଗତ୍ସିଂହପୁରରେ ୬ ଜଣ ଏବଂ ପୁରୀ ଜିଲ୍ଲାରେ ୨୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି I

Also Read  76% Voters turnout in the fourth phase elections in Odisha