୨୦୨୨ ମସିହାରେ ମହାମାରୀର ସମାପ୍ତି ହୋଇପାରେ : WHO ପ୍ରତିନିଧି

0
989
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ
ଓଡ଼ିଶାରେ ୩୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ

ଫେବୃଆରୀ ୨୧
ଯଦି ଓମିକ୍ରନ୍ ପରେ ଆଉ କୌଣସି ବଡ଼ କୋଭିଡ୍ ଲହର ନ ଆସେ, ତେବେ ୨୦୨୨ ମସିହାରେ ମହାମାରୀର ସମାପ୍ତି ହୋଇପାରେ ବୋଲି ରୁଷିଆ ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପ୍ରତିନିଧି କହିଛନ୍ତି।
ତେବେ ଏହାର ଅର୍ଥ ନୁହେଁ ଯେ ଭାଇରସ୍ ସଂପୂର୍ଣ୍ଣ ରୂପେ ଲୋପ ପାଇବ, ଏ କଥା TASS ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ମେଲିଟା ଭଜନୋଭିକ୍ I
ବର୍ତ୍ତମାନ ସମୟରେ ଭବିଷ୍ୟବାଣୀ କରିବା କଷ୍ଟକର କିନ୍ତୁ ଆମେ ଆଶା କରୁଛୁ ଯଦି ଅନ୍ୟ କିଛି ନହୁଏ ତେବେ ମହାମାରୀ ୨୦୨୨ ରେ ଶେଷ ହୋଇପାରେ।
ମହାମାରୀର ସମାପ୍ତିର ଅର୍ଥ କ’ଣ? ଏହାର ଅର୍ଥ କୌଣସି ବଡ଼ ଧରଣର ଲହର ହେବ ନାହିଁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭାଇରସ ଲୋପ ପାଇଯିବେ।
ସେ କହିଛନ୍ତି, ” ପରିସ୍ଥିତି କିପରି ହେବ ତାହା ଆମେ ଜାଣି ନାହୁଁ। ତଥାପି ଓମିକ୍ରନ୍ ସମଗ୍ର ବିଶ୍ୱରେ ବ୍ୟାପିବା ପରେ ବଡ଼ ଧରଣର ଲହର ଆଉ ଆସିବ ନାହିଁ ବୋଲି ଆଶା କରାଯାଉଛି I
ସେ କହିଛନ୍ତି ଯେ ଓମିକ୍ରନ୍ ଷ୍ଟ୍ରେନ୍ ଅତ୍ୟଧିକ ସଂକ୍ରାମକ ଏବଂ ଏହା ଶୀଘ୍ର ବ୍ୟାପୁଥିବାବେଳେ କେତେକ ଦେଶରେ ଆର୍ଥିକ ଅବସ୍ଥା ଯୋଗୁଁ ଲକ୍ଷଣ ବିନା ବହୁ ସଂଖ୍ୟକ ରୋଗୀଙ୍କୁ ପରୀକ୍ଷା କରିବା ପାଇଁ ସମ୍ଭବ ହେଇ ନ ଥିଲା I
ଅନେକ ଦେଶରେ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମଣ ହ୍ରାସ ପାଇଛି I ସଂକ୍ରମଣ କମିବା ଦ୍ୱାରା କିଛି ଦେଶ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି I ସ୍ୱିଡ଼େନ, ଡେନମାର୍କ ଏବଂ ନରୱେ ପରି ଦେଶ କୋଭିଡ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି I ବ୍ରିଟେନ ଏବଂ ଆମେରିକା ଶୀଘ୍ର ଅନୁସରଣ କରିବାର ସମ୍ଭାବନା ଅଛି |

Also Read  Odisha: 365 Fresh Covid Cases and 546 Recoveries in 24 Hours