ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

0
1202

ଫୁଲବାଣୀ : ରାତିରେ ଜଣେ ଛାତ୍ରୀଙ୍କୁ ଉଠାଇ ନେଇ ତାଙ୍କୁ ଏକ କୋଠରୀରେ ରଖି ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ। ତିନି ଦିନ ପରେ ତାଙ୍କୁ ଛାଡ଼ି ଗାଁ ପାଖରେ ଛାଡ଼ି ପଳାଇଗଲେ। ଏପରି ଭୟଙ୍କର ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଘଟିଛି।

କୋଟଗଡ଼ ଥାନା ଅଞ୍ଚଳର ଜଣେ ୯ମ ଶ୍ରେଣୀ ଛାତ୍ରୀ ଏକ ଆଶ୍ରମ ସ୍କୁଲରେ ପାଠ ପଢ଼ନ୍ତି। ଗତ ଗୁରୁବାର ରାତିରେ ସେ ତାଙ୍କ ସାନ ଭଉଣୀଙ୍କ ସହ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ତାଙ୍କୁ ଘରୁ ଉଠାଇ ନେଇଥିଲେ। ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନରେ ଥିବା ଘରେ ରଖି ତିନି ଦିନ ଧରି ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ତାଙ୍କୁ ଖାଇବାକୁ ମଧ୍ୟ ଦେଇନଥିଲେ। ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସେପଟେ ରାତିରେ ଭଉଣୀଙ୍କୁ ନପାଇ ସାନ ଭଉଣୀ ବାପାଙ୍କୁ କହିଥିଲେ। ପରିବାର ଲୋକେ ରାତିରେ ଚାରିଆଡ଼େ ଖୋଜିଥିଲେ। ମାତ୍ର ତାଙ୍କର ପତ୍ତା ପାଇନଥିଲେ। ଝିଅକୁ ନପାଇ ପରିବାର ଲୋକ ଚୁପ୍‌ ବସିଥିଲେ। ଘଟଣା ପ୍ରଘଟ ହେବା ଦୁର୍ବୃତ୍ତଙ୍କ ଚେତା ପଶିଥିଲା। ଧରା ପଡ଼ିଯିବା ଭୟରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଗାଁ ପାଖରେ ଛାଡ଼ି ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ କାହାକୁ ନକହିବା ପାଇଁ ଚେତାବନୀ ଦେଇଥିଲେ।

ନାବାଳିକା ଜଣକ ଡ଼ରି ଯାଇଥିଲେ। କ୍ଷତ ବିକ୍ଷତ ଶରୀରକୁ ଧରି ଘରେ ପହଞ୍ଚିଥିଲେ ନାବାଳିକା। ଆଉ ପରିବାର ଲୋକଙ୍କ ଆଗରେ  ବଖାଣିଥିଲେ ତିନି ରାତିର ଜମ ଯନ୍ତ୍ରଣା। ଯାହାକୁ ଶୁଣିବା ପାଇଁ ଜଣେ ବାପାଙ୍କ ପାଖରେ ଧର୍ଯ୍ୟ ନଥିଲେ ମଧ୍ୟ ସବୁ ଶୁଣିଥିଲେ। ଆଉ ତା’ପରେ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋଟଗଡ ଥାନା ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି। ଏଥିସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ତାଙ୍କ ଝିଅକୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିବା ଏତାଲାରେ ଦର୍ଶା ଯାଇଛି।

Also Read  CM Shri Naveen Patnaik addressing at the revolving funds distribution ceremony to SHGs of BMC at a function in Rabindra Mandap