ମାଓବାଦୀ ପୋଷ୍ଟର ନିକଟରେ IED ବିସ୍ଫୋରଣ: ଜଣେ ମୃତ

0
1461
ମାଓବାଦୀ ପୋଷ୍ଟର ନିକଟରେ IED ବିସ୍ଫୋରଣ: ଜଣେ ମୃତ
ମାଓବାଦୀ ପୋଷ୍ଟର ନିକଟରେ IED ବିସ୍ଫୋରଣ: ଜଣେ ମୃତ

ଫେବୃଆରୀ ୯

ବୁଧବାର ଦିନ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ IED ବିସ୍ଫୋରଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହା ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ସନ୍ଦେହ କରାଯାଉଛି I
ପଡୋଶୀ କାଲାହାଣ୍ଡି ଜିଲ୍ଲାରେ ସମାନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ହେବାର ଚାରି ଦିନ ପରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ସାଦିଙ୍ଗିଆ-କିୟାମୁଣ୍ଡା ଗ୍ରାମ ନିକଟରେ ରଖାଯାଇଥିବା ମାଓବାଦୀ ପୋଷ୍ଟର ନିକଟରେ ଏହି ଘଟଣା ଘଟିଛି। ମୃତକ ହେଲେ କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ କହଁର ବୋଲି ପୋଲିସ କହିଛି।
ସୋମବାର ମଧ୍ୟରାତ୍ରିରେ ମାଓବାଦୀମାନେ ଦୁଇଟି ସଡ଼କ ନିର୍ମାଣ ଉପକରଣକୁ ଜାଳି ଦେଇଥିବା ସ୍ଥାନଠାରୁ ପ୍ରାୟ 200 ମିଟର ଦୂରରେ ଏହି ବିସ୍ଫୋରଣ ଘଟିଛି।
ପଞ୍ଚାୟତ ନିର୍ବାଚନ କୁ ବର୍ଜନକରିବା, CRPF ଶିବିର ସବୁକୁ ପ୍ରତ୍ୟାହାର କରିବା ଏବଂ ଶ୍ରମିକମାନଙ୍କ ମଜୁରୀ ବଢାଇବା ପାଇଁ ଏହି ହାତ ଲେଖା ପୋଷ୍ଟର ରେ ଉଲ୍ଲେଖ କରାଯାଇଛି I
ଏହି ଅଞ୍ଚଳରେ ସକ୍ରିୟ ଥିବା ନିଷିଦ୍ଧ ସିପିଆଇ (ମାଓବାଦୀ) ର କାଲାହାଣ୍ଡି-କନ୍ଧମାଳ-ବୌଦ-ନୟାଗଡ଼ (କେକେବିଏନ୍) ଡିଭିଜନର ସଦସ୍ୟ ଏଥିରେ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଉଛି I
ଫେବୃଆରୀ ୫ ରେ, ସାମ୍ବାଦିକ ରୋହିତ ବିଶ୍ୱାଳ ଙ୍କ ମଧ୍ୟ ସମାନ ପରିସ୍ଥିତି ରେ ମୃତ୍ୟୁ ହେଇଥିଲା I

Also Read  Tribal students in Odisha on night-long protest march to draw attention to their misery