ଟେଷ୍ଟ ସ୍କୋରରେ ବ୍ରିଆନ୍ ଲାରାଙ୍କୁ ଅତିକ୍ରମ କଲେ ଇଂଲଣ୍ଡ ର ଜୋ ରୁଟ୍

0
57
ଟେଷ୍ଟ ସ୍କୋରରେ ବ୍ରିଆନ୍ ଲାରାଙ୍କୁ ଅତିକ୍ରମ କଲେ ଇଂଲଣ୍ଡ ର ଜୋ ରୁଟ୍
ଟେଷ୍ଟ ସ୍କୋରରେ ବ୍ରିଆନ୍ ଲାରାଙ୍କୁ ଅତିକ୍ରମ କଲେ ଇଂଲଣ୍ଡ ର ଜୋ ରୁଟ୍

ଟେଷ୍ଟ ସ୍କୋରରେ ବ୍ରିଆନ୍ ଲାରାଙ୍କୁ ଅତିକ୍ରମ କଲେ ଇଂଲଣ୍ଡ ର ଜୋ ରୁଟ୍
ଭୁବନେଶ୍ୱର: ଜୁଲାଇ ୨୭: ଶନିବାର ବର୍ମିଂହାମ୍ ଏଜବାଷ୍ଟନ୍ ଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ ରେ ଇଂଲଣ୍ଡର ଜୋ ରୁଟ୍ ସପ୍ତମ ଅଗ୍ରଣୀ ରନ୍ ସ୍କୋରର ହେଇଛନ୍ତି । ଟେଷ୍ଟ ରେ ୧୧୯୫୩ ରଂ କରିଥିବା ବ୍ରାଏନ୍ ଲାରାଙ୍କୁ ସେ ଅତିକ୍ରମ କରିଛନ୍ତି I

୩୩ ବର୍ଷୀୟା ରୁଟ ତାଙ୍କର ୨୬୧ ତମ ଇନିଂସ ଖେଳୁଥିବା ବେଳେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ | ଟେଷ୍ଟରେ ତାଙ୍କର ହାରାହାରି ସ୍କୋର ପଚାଶରୁ ଅଧିକ ରହିଥିବା ବେଳେ ଏପର୍ଯ୍ୟନ୍ତ ୬୩ ଟି ଅର୍ଦ୍ଧ ଶତକ ଓ ୩୨ଟି ଶତକ ହାସଲ କରିଛନ୍ତି। ଆଲେଷ୍ଟାୟର୍ କୁକ୍ ଙ୍କ ପରେ ସେ ହେଉଛନ୍ତି ଦ୍ଵିତୀୟ ଇଂଲଣ୍ଡ ଖେଳାଳି ଯିଏ ୧୨ ହଜାର ରନ ଅତିକ୍ରମ କରିଛନ୍ତି I
ଟେଷ୍ଟ ମ୍ୟାଚରେ ଏ ପର୍ଯ୍ୟନ୍ତ ସଚିନ୍ ତେନ୍ଦୁଲକର ସର୍ବାଧିକ ୧୫, ୯୨୧ ରନ କରିଥିବା ବେଳେ, ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୩,୩୭୮ ରନ, ସାଉଥ ଆଫ୍ରିକାର ଜ୍ୟାକ୍ କଲିସ୍ ୧୩, ୨୮୯ ରନ, ଭାରତର ରାହୁଲ ଦ୍ରାବିଡ଼ ୧୩, ୨୮୮ ରନ, ଇଂଲଣ୍ଡର ଆଲାଷ୍ଟାୟର୍ କୁକ୍ ୧୨,୪୭୨ ରନ, ଶ୍ରୀଲଙ୍କାର କୁମାର ସାଙ୍ଗାକାର ୧୨,୪୦୦ ରନ ଏବଂ ଜୋ ରୁଟ ୧୨,୦୦୮ ରନ କରି ଖେଳୁଛନ୍ତି I

Also Read  ଆପ୍ ସୁନାମୀରେ ଭାସିଗଲେ ପଞ୍ଜାବର ବହୁ ବଡ଼ ବଡ଼ ନେତା