ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

0
623
ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍
ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର: ଜୁଲାଇ ୨୭: ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହା ହେଉଛି ଶ୍ରୀ ସାମନ୍ତଙ୍କର ୫୮ତମ ସମ୍ମାନସୂଚକ ଡକ୍ଟୋରେଟ୍‍। ପ୍ରଥମ ଭାରତୀୟ ଭାବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ୍‍ନାଭିସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଏହି ସମ୍ମାନ ପାଇବାରେ ଶ୍ରୀ ସାମନ୍ତ ହେଉଛନ୍ତି ଦ୍ୱିତୀୟ ଭାରତୀୟ।

ମଙ୍ଗଳବାର ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓସାକା-କୋବେଠାରେ ଅବସ୍ଥାପିତ ଭାରତୀୟ କନ୍‍ସୁଲ୍‍ ଜେନେରାଲ ନିଖିଳେଶ ଗିରି ଓ କୋୟାସାନ୍‍ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟର ସଭାପତି ସୋଏଡ଼ା ରୟୁସୋ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ୧୯୨୬ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ଅନୁଷ୍ଠାନ ଜାପାନର ୧୦୦ ବର୍ଷରୁ ଅଧିକ ବର୍ଷର ଅନ୍ୟତମ ପୁରାତନ ବିଶ୍ୱବିଦ୍ୟାଳୟ। 

Also Read  MP Achuyuta Samanta meets Union Railway Minister over Rail connectivity to Kandhamal