ବିମାନରେ ବୋମା ଧମକ: ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର

0
1384
ବିମାନରେ ବୋମା ଧମକ: ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର
ବିମାନରେ ବୋମା ଧମକ: ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର

ଭୁବନେଶ୍ୱର: ୨୨ ଅଗଷ୍ଟ: ମୁମ୍ବାଇ ରୁ ବାହାରିଥିବା ଗୋଟିଏ ଏୟାର ଇଣ୍ଡିଆ ବିମାନରେ ବୋମା ଥିବାନେଇ ଧମକ ମିଳିବା ପରେ, ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

135 ଯାତ୍ରୀଙ୍କ ସହ ବିମାନଟି ସକାଳ 8 ଟା ସମୟରେ ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା I ବିମାନ କର୍ତୃପକ୍ଷଙ୍କ ଠାରୁ ପ୍ରକାଶ ଯେ’ ସକାଳ 8.44 ସୁଦ୍ଧା ଯାତ୍ରୀମାନଙ୍କୁ ବିମାନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ସୂତ୍ରରୁ ପ୍ରକାଶ ଯେ ଏହି ବିମାନଟି ଥିରୁବନନ୍ତପୁରମ୍ ବିମାନବନ୍ଦରକୁ ଯାଉଥିବା ବେଳେ ପାଇଲଟ ସକାଳ 7.30 ସମୟରେ ଏହି ବୋମା ଧମକ ନେଇ ଜଣାଇଥିଲେ I
ପରବର୍ତ୍ତୀ ସମୟରେ ସକାଳ 7.36 ରେ ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ବୋଲି ସେମାନେ କହିଛନ୍ତି।

Also Read  Air India sale will be determined by market conditions: Modi