ଦୀର୍ଘ ଦୁଇ ବର୍ଷ ପରେ ରାଜଧାନୀରେ ଖୋଲିବ ଡ୍ୟାନସ ବାର, ରହିବ ୧୮ଟି ସର୍ତ୍ତ

0
261
dance-bars-in-bhubaneswar-get-conditional-permission-to-re-open

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ପରେ ରାଜଧାନୀରେ ଖୋଲିବ ଡ୍ୟାନସ ବାର । ନର୍ତ୍ତକୀଙ୍କ ନୃତ୍ୟଗୀତରେ ମତୁଆଲା ହେବେ ଗ୍ରାହକ । ଭୁବନେଶ୍ୱରରେ ୧୪ଟି ଡ୍ୟାନ୍‌ସ ବାର ଖୋଲିବାକୁ ଅବକାରୀ ବିଭାଗ ଅନୁମତି ଦେଇଛି । ତେବେ କମିଶନରେଟ ପୋଲିସର ଗାଇଡଲାଇନ ଅନୁସାରେ ଚାଲିବ ବାର୍‌ । ରାତି ୧୨ଟା ଯାଏ ଡ୍ୟାନ୍ସ ବାର୍‌ ଖୋଲା ରହିବ । ୨୧ ବର୍ଷରୁ କମ୍‌ ବୟସର ଝିଅଙ୍କୁ ବାର୍‌ରେ ନିୟୋଜିତ କରିବାକୁ ଅନୁମତି ନାହିଁ । ଡ୍ୟାନ୍‌ସରମାନେ ଉତ୍ତେଜକ ଡ୍ରେସ ପିନ୍ଧି ନାଚିବେ ନାହିଁ ।

୧୮ଟି ସର୍ତ୍ତ ମାନିବାକୁ ଡ୍ୟାନ୍ସ ବାରକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ତ୍ତ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ୨୧ ବର୍ଷରୁ କମ ଝିଅ ମାନେ ଡ୍ୟାନ୍ସ ବାରରେ ନାଚ କରି ପାରିବେ ନାହିଁ ବୋଲି କୁହାଯାଇଥିବାବେଳେ ଦିନ ୧୨ ରୁ ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ବାର ।

ଷ୍ଟେଜ ଚାରିପଟେ ୩ ଫୁଟ୍‌ ଉଚ୍ଚର ବାଡ଼ ରହିବ । ଗ୍ରାହକ ଓ ଡ୍ୟାନ୍ସରଙ୍କ ମଧ୍ୟରେ ୫ ଫୁଟ ଦୂରତା ରହିବ । ଡ୍ୟାନ୍ସ ବାର୍‌ରେ ସିସିଚିଭି କ୍ୟାମେରା ଲାଗିବା ସହ ୨ ମାସର ଭିଜୁଆଲ ବ୍ୟାକଅପ ରଖିବାକୁ କୁହାଯାଇଛି । କରୋନା ମହାମାରୀ ଯୋଗୁ ୨ ବର୍ଷ ହେଲା ଡ୍ୟାନ୍‌ସ ବାର୍‌ ଉପରେ କଟକଣା ଲାଗିଥିଲା । ଏବେ ସେହି କଟକଣାକୁ କୋହଳ କରାଯାଇଛି ।

Also Read  ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଯୋଜନା କରିଛନ୍ତି ବାଣୀ କପୁର

LEAVE A REPLY

Please enter your comment!
Please enter your name here