ତାଳଚେର ମେଡିକାଲ କଲେଜ ପରିଚାଳନା କରିବେ ରାଜ୍ୟ ସରକାର

0
562
odisha-govt-takes-talcher-medical-collges-management-responsibilities

ଭୁବନେଶ୍ୱର: ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି। ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିଥିଲେ ବି ଦୀର୍ଘ ଦିନ ଧରି ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିଲେ । ଯାହାକୁ ନେଇ ବାଦବିବାଦ ଲାଗି ରହିଥିବା ବେଳେ ଶେଷରେ ରାଜ୍ୟ ସରକାର ମେଡିକାଲ କଲେଜର ପରିଚାଳନା ଭାର ନେଇଛନ୍ତି । ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦର ଅନ୍ତ ହେବାକୁ ଯାଉଛି।

ଅନୁଗୁଳ ତଥା ଆଖାପାଖ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ସହ ମେଡ଼ିକାଲ ଶିକ୍ଷା ପାଇଁ ଅନୁଗୁଳରେ ୨୦୧୫ରେ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଭିତ୍ତିଭୂମି ଦିଆଯାଇଥିଲା। ଏମସିଏଲ ଉପରେ ରାଜ୍ୟ ସରକାର ଚାପ ପକାଇ ଏହି ମେଡ଼ିକାଲ କଲେଜ ନିର୍ମାଣ କରିଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜରେ ନୂତନ କୋଠା ବି ଲୋକାର୍ପିତ ହୋଇସାରିଛି। କିନ୍ତୁ ଉଦଘାଟନ ପରଠାରୁ ଏହା ଭୂତକୋଠି ହୋଇ ପଡ଼ିଥିଲା। ଏହାକୁ ଚଳାଇବା ପାଇଁ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ତାଳମେଳ ଅଭାବରୁ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଥିଲେ।

Also Read  NALCO bags Performance Excellence Award