ଠିକାଦାରଙ୍କ ଆତ୍ମହତ୍ୟା, ଇସ୍ତଫା ଦେଲେ ମନ୍ତ୍ରୀ

0
226

ବେଙ୍ଗାଲୁରୁ: କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀ କେ. ଏସ୍. ଈଶ୍ୱରପ୍ପା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିଲା । ଏହାକୁ ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ସହିତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା । ପରେ ମନ୍ତ୍ରୀ ଇଶ୍ୱରପ୍ପା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ମଙ୍ଗଳବାର ବେଲଗାଭିର ଠିକାଦାର ସନ୍ତୋଷ ପାଟିଲଙ୍କ ମୃତଦେହ ଉଡୁପିର ଏକ ହୋଟେଲରୁ ଉଦ୍ଧାର ମିଳିଥିଲା। ଠିକାଦାର ସନ୍ତୋଷ ଆତ୍ମହତ୍ୟା ପୂର୍ବରୁ କିନ୍ତୁ ଏକ ସୁଇସାଇଡାଲ ନୋଟ୍ ଲେଖିଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ପାଇଁ ମନ୍ତ୍ରୀ ଦାୟୀ ବୋଲି ଉଲ୍ଲେଖ କରିଥିଲେ । ହ୍ୱାଟସଆପରେ ସେ ଏହି ସୁଇସାଇଡାଲ ନୋଟ୍ ଲେଖିଥିଲେ। ଏହାକୁ ନେଇ ରାଜନୀତି ସରଗରମ ହେବାରୁ ଈଶ୍ୱରପ୍ପା ଗୁରୁବାର ସନ୍ଧ୍ୟାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। ପରେ ଶୁକ୍ରବାକ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଈଶ୍ୱରପ୍ପାଙ୍କ ସମର୍ଥକମାନେ ଏକାଠି ହୋଇଥିଲେ । ଆଉ ଇସ୍ତଫା ନଦେବାକୁ ନାରା ଦେବା ସହିତ କଂଗ୍ରେସ ବିରୋଧରେ ନାରାବାଜି କରିଥିଲେ।

ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି, ଈଶ୍ୱରପ୍ପାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେବ ତାହା ପୁଲିସ ସ୍ଥିର କରିବ । ସେହିପରି କଂଗ୍ରେସ କହିଛି ଇସ୍ତଫା ଦେଲେ ଚଳିବନି ବରଂ ପୁଲିସ ଆତ୍ମହତ୍ୟା ମାମଲାକେ ତାଙ୍କୁ ଗିରଫ କରିବା ଦରକାର।

ଈଶ୍ୱରପ୍ପା ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା । ଆତ୍ମହତ୍ୟା କରିଥିବା ଠିକାଦାର ମଧ୍ୟ ଜଣେ ବିଜେପି ସମର୍ଥକ । ସେ ନିକଟରେ ଈଶ୍ୱରପ୍ପାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଗତ ମାସରେ ପାଟିଲ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ଏବଂ ବିଜେପି କେନ୍ଦ୍ରୀୟ ନେତାଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ହିଣ୍ଡାଲଗା ଗାଁରେ ହୋଇଥିବା ରାସ୍ତା କାମ ପାଇଁ ତାଙ୍କୁ ଏଯାଏ ୪ କୋଟି ଟଙ୍କା ମିଳିନି । ୪୦ ପ୍ରତିଶତ କମିଶନ ଦେଲେ ବକେୟା ପଇସା ମନ୍ତ୍ରୀ ରିଲିଜ କରିଦେବେ ବୋଲି କହିଥିବା ଅଭିଯୋଗ କରିଥିଲେ ଠିକାଦାର।

Also Read  ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରେ ବିଜେଡି !

LEAVE A REPLY

Please enter your comment!
Please enter your name here