୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଶୈଳୀରେ ପରିବର୍ତନ ନେଇ ନିଷ୍ପତ୍ତି ହୋଇନି: ସିବିଏସଇ

0
501
CBSE Class 12 Result: 87.33% of students have passed
CBSE Class 12 Result: 87.33% of students have passed

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିଛି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁଭଳି ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୁଇଟି ଅଲଗା ଅଲଗା ହେଉଥିଲା ତାହା ଆଉ ହୋଇନପାରେ । ଆଗକୁ ନୂଆଶିକ୍ଷା ବର୍ଷ ଆରମ୍ଭ ହେବ । ଏହାପୂର୍ବରୁ ଏଭଳି କିଛି ଚର୍ଚ୍ଚା ଚାଲିଛି । କିନ୍ତୁ ଚର୍ଚ୍ଚା ଭିତରେ ଶୁକ୍ରବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଏଯାବତ କୌଣସି ନିଷ୍ପତ୍ତି ନେଇନଥିବା ସ୍ପଷ୍ଟ କରିଛି ।

କରୋନା ପାଇଁ ୨୦୨୧-୨୨ରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଦୁଇଟି ଟର୍ମ-ଏଣ୍ଡ ପରୀକ୍ଷା ଆୟୋଜନ ଏବଂ ଏଥିପାଇଁ ସ୍ୱତନ୍ତ୍ର ମୂଲ୍ୟାଙ୍କନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଉଥିଲା। ତେବେ ନୂଆ ଶିକ୍ଷାବର୍ଷ ପାଇଁ ସମାନ ବ୍ୟବସ୍ଥା ଜାରି ରହିବ କି ନାହିଁ, ତାହା ସ୍ଥିର ହୋଇନାହିଁ।

୨୦୨୦-୨୧ ଶିକ୍ଷାବର୍ଷ ପାଇଁ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ଦୁଇଟି ସର୍ତ୍ତାବଳୀରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୋର୍ଡ ପରୀକ୍ଷା ହୋଇ ନ ପାରିବାରୁ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନ ଯୋଜନା ବ୍ୟବହାର କରି ମୂଲ୍ୟାୟନ କରିବାକୁ ପଡ଼ିଥିଲା। ଏକକାଳୀନ ପଦକ୍ଷେପ ଭାବେ ଏହି ପଦକ୍ଷେପ ଘୋଷଣା କରାଯାଇଥିବା ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ତେବେ ନୂଆ ଶିକ୍ଷାବର୍ଷ ପର୍ୟ୍ୟନ୍ତ ଏହାକୁ ବୃଦ୍ଧି କରାଯିବ କି ନାହିଁ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। କିନ୍ତୁ କୋଭିଡ ନିୟମ ଅନୁଯାୟୀ ଡିସେମ୍ବରରେ ପ୍ରଥମ ଟର୍ମ ବୋର୍ଡ ପରୀକ୍ଷା ହୋଇଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ଟର୍ମ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣି ଥରେ ସ୍କୁଲ ବନ୍ଦ ହେବାର ଆଶଙ୍କା ରହିଛି । ଯଦିଓ ବିଶେଷଜ୍ଞମାନେ କହିଛନ୍ତି ଯେ ଦୀର୍ଘ ସମୟ ଧରି ସ୍କୁଲ, କଲେଜ ବନ୍ଦ ହେବା ଦ୍ୱାରା ପିଲାଙ୍କ ପାଠପଢ଼ା ଅନେକ କ୍ଷତି ହେଉଛି ।

Also Read  ଆଉ ୨ଲଘୁଚାପ, ୧୦ରୁ ବଢ଼ିବ ଶୀତ : ୧୧ରୁ ଉପକୂଳରେ ପ୍ରବଳ ବର୍ଷା