ତୃତୀୟ ଲହରରେ ଓଡ଼ିଶାରେ ୪୦ରୁ ୫୦ ହଜାର ଲୋକ ସଂକ୍ରମିତ ହେବେ

0
1033
ରାଜ୍ୟରେ ଆଉ ୫ ଓମିକ୍ରନ୍ ଚିହ୍ନଟ
ରାଜ୍ୟରେ ଆଉ ୫ ଓମିକ୍ରନ୍ ଚିହ୍ନଟ

ଭୁବନେଶ୍ବର: ବାହାର ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆମ ଦେଶରେ ମଧ୍ୟ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଡ଼ିସେମ୍ବର ଶେଷ କିମ୍ବା ଜାନୁଆରି ପ୍ରଥମ ସପ୍ତାହରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି। ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ପିକରେ ପହଞ୍ଚି ପାରେ ସଂକ୍ରମଣ। ଓଡ଼ିଶାରେ ପାଖାପାଖି ୪୦ରୁ ୫୦ ହଜାର ଭିତରେ କେସ ଲୋଡ ରହିପାରେ ବୋଲି ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର କହିଛନ୍ତି।

ସେ କହିଛନ୍ତି, ଓମିକ୍ରନ ନିଶ୍ଚିତ ଭାବେ ଭାରତରେ ତୃତୀୟ ଲହର । ଏଥିରେ କୌଣସି ସନ୍ଦେହ ନାହିଁ। ଯେଉଁ ଭଳି ଏହା ସଂକ୍ରମଣ କରୁଛି ତାହା ଚିନ୍ତାଜନକ। ଦକ୍ଷିଣ ଆଫ୍ରିକା, ୟୁକେ,ଡେନମାର୍କ ଓ ନରୱେ ଏହା କ୍ଷିପ୍ର ଗତିରେ ମାଡୁଛି। ଏହା ସମଗ୍ର ବିଶ୍ୱକୁ ବ୍ୟାପିବ। କେବଳ ଆମ ଦେଶ ନୁହେଁ। କେସ୍ ଲୋଡ୍ ବହୁତ ବଢ଼ିବ। ମାତ୍ର ସିଭିୟରିଟି ହେବ ନାହିଁ, ଯାହା ବର୍ତ୍ତମାନ ସୁଦ୍ଧା ଜଣାପଡୁଛି। ବିଦେଶ ଅନୁପାତରେ ୨୦ରୁ ୨୫ ଲକ୍ଷ କେସ ଦୈନିକ ଆସିବ ଆମ ଦେଶରେ।

ଯେଉଁମାନେ ଚିହ୍ନଟ ହେବେ ସମସ୍ତେ ଲକ୍ଷଣବିହୀନ ହିଁ ଚିହ୍ନଟ ହେବେ। ଯେଉଁମାନେ ମାନଙ୍କର ଇମ୍ୟୁନିଟି କମ୍ ରହିଛି ସେମାନଙ୍କ କ୍ଷେତ୍ରରେ ସିଭିୟରିଟି ବଢ଼ିବ। ଆମର ଏଠି ଜାନୁଆରି ମାସରେ ସଂଖ୍ୟା ବଢିବା ଆରମ୍ଭ ହେବ। ଏହା ବହୁତ ଫାଷ୍ଟ ବଢୁଛି। ୩ରୁ ୪ ସପ୍ତାହ ଲାଗୁଛି ପିକରେ ପହଞ୍ଚିବା ପାଇଁ। ଜାନୁଆରି ତୃତୀୟ ସପ୍ତାହରେ ପିକ ନେବା ସହ ଦୈନିକ ୪୦ରୁ ୫୦ ହଜାର ସଂକ୍ରମିତ ଚିହ୍ନଟ ହେବେ। ସେଥିମଧ୍ୟରୁ ଅନେକଙ୍କୁ ଚିହ୍ନଟ କରିବା ବି କଷ୍ଟ ହେବ। ଯେହେତୁ ଲକ୍ଷଣ ବିହୀନ ରହୁଛନ୍ତି ଅନେକ, ଏଣୁ ନିଶ୍ଚିତ ଭାବେ ଗୋଟେ ବଡ଼ ଲହର ଆସିବ । ମାତ୍ର ଏହା ଅଳ୍ପ ଦିନ ପର୍ଯ୍ୟନ୍ତ ରହିବ। ହେଲେ ଏହା ଆମ ସ୍ଵାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ ସୃଷ୍ଟି କରିବ। ଦୁଇଟି ଲହର ଅପେକ୍ଷା ଏହା ବହୁତ ଶୀଘ୍ର ଆସିବ, ଶୀଘ୍ର ପିକ ନେଇ ଶୀଘ୍ର ଶେଷ ହୋଇଯିବ।

 

Also Read  Devotees of Lord Krishna celebrates ‘Nanda Utsava’