ସୁମିତ ପରିବାର ଲୋକଙ୍କୁ ଭେଟିଲା ପୁଲିସ : ଏପର୍ଯ୍ୟନ୍ତ କାହିଁକି ଭଡ଼ାଘର ଖୋଜାଯାଇନାହିଁ

0
814
ସୁମିତ ପରିବାର ଲୋକଙ୍କୁ ଭେଟିଲା ପୁଲିସ
ସୁମିତ ପରିବାର ଲୋକଙ୍କୁ ଭେଟିଲା ପୁଲିସ

ବ୍ରହ୍ମପୁର: ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲାର ଘଟଣାକ୍ରମେ ଆଜି ସୁମିତ ପରିବାର ଲୋକଙ୍କୁ ପୁଲିସ ଭେଟିଥିବାର ଖବର ମିଳିଛି। ସୁମିତଙ୍କ ବାପାଙ୍କ ସହ ପୁଲିସ ଆଲୋଚନା କରିଛି। ବ୍ରହ୍ମପୁର ଏସଡିପିଓ ଏବଂ ବୈଦନାଥପୁର ଥାନା ଅଧିକାରୀ ସୁମିତଙ୍କ ଘରେ ପହଞ୍ଚି ସେ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏପର୍ଯ୍ୟନ୍ତ କାହିଁକି ଭଡ଼ାଘର ଖୋଜାଯାଇନାହିଁ ବୋଲି ସୁମିତଙ୍କ ବାପାଙ୍କୁ ପଚାରିଥିଲେ।

ସେପଟେ ବ୍ରହ୍ମପୁରରେ ପୁଣି ତପସ୍ୱିନୀ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି।ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ବି ଅଛନ୍ତି। ନ୍ୟାୟ ନ ମିଳିବା ଯାଏଁ ଧାରଣା ଜାରି ରହିବା ବୋଲି କହିଛନ୍ତି ତପସ୍ୱିନୀ। ଗତମାସରେ ଶାଶୁଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ। ତପସ୍ୱିନୀ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ଡାକ୍ତର ସୁମିତ ଦେହ ଖରାପ ବୋଲି ମିଛ କହୁଛନ୍ତି। ସ୍କୁଟି ଧରି ସାହିରେ ବୁଲୁଛନ୍ତି ବୋଲି ବି କହିଛନ୍ତି ତପସ୍ୱିନୀ।

ସୂଚନାଯୋଗ୍ୟ, ଗତ ୯ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ତପସ୍ବିନୀଙ୍କ ପିଟିସନ୍‌ ଉପରେ ଶୁଣାଣି କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଏକାଠି ଭଡ଼ାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୧୦ତାରିଖ ସକାଳୁ ଡା. ସୁମିତ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ଦିନର ଛୁଟି ଆବେଦନ କରି କୁଆଡ଼େ ଚାଲି ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ସାମ୍ନାକୁ ଆସୁ ନଥିବା ପତ୍ନୀ ତପସ୍ବିନୀ ଅଭିଯୋଗ କରିଛନ୍ତି। ସେ ପ୍ରଥମ ପର୍ଯ୍ୟାୟରେ ୫ଦିନ ଛୁଟି ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୮ଦିନ ଛୁଟି ନେଇଛନ୍ତି। ସୁମିତ ଫେରୁ ନଥିବାରୁ ବାଧ୍ୟ ହୋଇ ଗତକାଲି ତପସ୍ବିନୀ ଆସିକା ଚିନିକଳ ଆଇବି ଛାଡ଼ିଥିଲେ। ସେ ତାଙ୍କର ଜିନିଷପତ୍ର ଧରି ବ୍ରହ୍ମପୁର ଫେରି ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଆଗରେ ବସିଛନ୍ତି।

Also Read  Odisha imposes restrictions on congregation of devotees during Pujas & Festivals