ଦୁଇ ବର୍ଷ ପରେ ଶିଖର ଧାୱନ ତାଙ୍କ ପୁଅଙ୍କୁ ଭେଟିଲେ; ଅତ୍ୟନ୍ତ ଭାବପ୍ରବଣର ମୁହୂର୍ତ୍ତ

0
1004
ଦୁଇ ବର୍ଷ ପରେ ଶିଖର ଧାୱନ ତାଙ୍କ ପୁଅଙ୍କୁ ଭେଟିଲେ; ଅତ୍ୟନ୍ତ ଭାବପ୍ରବଣର ମୁହୂର୍ତ୍ତ
ଦୁଇ ବର୍ଷ ପରେ ଶିଖର ଧାୱନ ତାଙ୍କ ପୁଅଙ୍କୁ ଭେଟିଲେ; ଅତ୍ୟନ୍ତ ଭାବପ୍ରବଣର ମୁହୂର୍ତ୍ତ

ଫେବୃଆରୀ ୨୦

ଦୁଇ ବର୍ଷ ପରେ ଟିମ୍ ଇଣ୍ଡିଆର ଓପନର୍ ଶିଖର ଧାୱନ ତାଙ୍କ ପୁଅ ଜୋରାଵର ଙ୍କୁ ଭେଟିଲେ । ଧୱନ ସୋସିଆଲ ମିଡିଆରେ ପୁଅ ସହିତ ସାକ୍ଷାତ କରିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଦୁଇ ବର୍ଷ ପରେ ସେ ତାଙ୍କ ପୁଅଙ୍କୁ ଭେଟିଛନ୍ତି। ତାଙ୍କ ସହିତ ଖେଳିବା, ତାଙ୍କୁ ଆଲିଙ୍ଗନ କରିବା, ତାଙ୍କ ସହିତ କଥାବାର୍ତ୍ତା କରିବା ତାଙ୍କ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ସୃଷ୍ଟି କରିଥିଲା | ଏହି ମୁହୂର୍ତ୍ତଟି ସର୍ବଦା ସ୍ମରଣୀୟ ହୋଇ ରହିବ | ଧୱନଙ୍କ ଛାଡପତ୍ର ପରେ ଜୋରାଭର୍ ତାଙ୍କ ମାଙ୍କ ସହ ଅଷ୍ଟ୍ରେଲିଆରେ ଥିଲେ |

ଅଷ୍ଟ୍ରେଲିଆ ରେ କୋଭିଡ କଟକଣା ବହୁତ କଡାକଡି ଥିବାରୁ ଧାୱନ ତାଙ୍କ ପୁଅକୁ ଭେଟି ପାରିନଥିଲେ। ଜୋରାଭର୍ ତାଙ୍କ ଭଉଣୀ ଆଲିଆଙ୍କ ସହ ତାଙ୍କ ପିତାଙ୍କୁ ଭେଟିବା ପାଇଁ ଭାରତରେ ପହଞ୍ଚିଛନ୍ତି |

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ODI ସିରିଜରେ ଧୱନ ବର୍ତ୍ତମାନ ପର୍ଯ୍ୟନ୍ତ ଦଳର ଅଂଶବିଶେଷ ଥିଲେ | ଆସନ୍ତା ମାସରୁ ସେ ଆଇପିଏଲ୍ ଲିଗରେ ବ୍ୟସ୍ତ ରହିବେ। ଆଇପିଏଲର ମେଗା ନିଲାମରେ ପଞ୍ଜାବ କିଙ୍ଗସ ତାଙ୍କୁ କିଣିଛି I ତେଣୁ ଏବେ ତାଙ୍କ ପାଖରେ ଯେଉଁ ସମୟ ଅଛି, ତାହା ସେ ପୁଅ ସହିତ ବିତାଉଛନ୍ତି।

ଆୟେଶା ଏବଂ ଧାୱନ ମଧ୍ୟରେ ବିବାହ ବିଚ୍ଛେଦ ଦୁଇ ବର୍ଷ ତଳୁ ହେଇସାରିଛି I ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଆୟେଶା ଏ ବିଷୟରେ ସୂଚନା ଦେଇଥିଲେ। ତେବେ ଧୱନଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

ଏଥିସହିତ ଧୱନଙ୍କ ଘନିଷ୍ଠ ବନ୍ଧୁମାନେ କହିଛନ୍ତି ଯେ ସେ ଛାଡପତ୍ର ଚାହୁଁ ନାହାଁନ୍ତି, ବରଂ ସେ ନିଜ ବିବାହକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି I ତେଣୁ ଛାଡପତ୍ର ବିଷୟରେ ସେ କିଛି କହି ନାହାଁନ୍ତି।

ଆୟେଶାଙ୍କର ପ୍ରଥମ ବିବାହରୁ ଦୁଇଟି ଝିଅ ଅଛନ୍ତି | ଆୟେଶା ଏବଂ ଧାୱନଙ୍କର ଏକ ମାତ୍ର ପୁତ୍ର ଜୋରାଭର୍ ଅଛନ୍ତି | ୨୦୧୨ ରେ ଉଭୟ ବିବାହ କରିଥିଲେ |

Also Read  ରାଜ୍ୟରେ କମିଲା ତାପମାତ୍ରା ବଢ଼ିଲା ଶୀତ : ଆହୁରି କମିବ......