ପୁଣି ଅପରିବର୍ତ୍ତିତ ରହିଲା ଆୟକର ଟିକସ ସ୍ଲାବ, ଜାଣନ୍ତୁ ପୂରା ହିସାବ

0
497

ନୂଆଦିଲ୍ଲୀ: ପୁଣିଥରେ ବଜେଟ ଉପସ୍ଥାପନ ବେଳେ ଟିକସ ସ୍ଲାବକୁ ଅପରିବର୍ତ୍ତିତ ରଖିଛନ୍ତି କେନ୍ଦ୍ର ସରକାର। ବଜେଟ ୨୦୨୧ରେ ମଧ୍ୟ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇ ନଥିଲା। ଏହାର ଅର୍ଥ ୨୦୨୦ ଫେବୃଆରୀ ୧ରେ ଉପସ୍ଥାପିତ ହୋଇଥିବା ଆୟକର ଟିକସ ସ୍ଲାବ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ କାର୍ଯ୍ୟକ୍ଷମ ହେବ।

ଆୟକର ସ୍ଲାବ                  ଟିକସ ପରିମାଣ

ବାର୍ଷିକ ଆୟ ୫ ଲକ୍ଷ ଯାଏ      ଶୂନ

୫ ଲକ୍ଷରୁ ୭.୫ ଲକ୍ଷ ଯାଏ      ୧୦%

୭.୫ ଲକ୍ଷରୁ ୧୦ ଲକ୍ଷ          ୧୫%

୧୦ ଲକ୍ଷରୁ ୧୨.୫ ଲକ୍ଷ         ୨୦%

୧୨.୫ ଲକ୍ଷରୁ ୧୫ ଲକ୍ଷ ଯାଏ   ୨୫%

୧୫ ଲକ୍ଷରୁ ଅଧିକ                ୩୦%

ତେବେ ଆଇଟି ରିଟର୍ଣ୍ଣରେ ଥିବା ତ୍ରୁଟିକୁ ସୁଧାରିବାକୁ ୨ ବର୍ଷ ମହଲତ ଦିଆଯାଇଛି। ୨ ବର୍ଷ ମଧ୍ୟରେ ଟିକସଦାତାମାନା ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି NPS ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪%। ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ୧୪% ଓ ରାଜ୍ୟ କର୍ମଚାରୀଙ୍କ ୧୦% କଟୁଥିଲା। କର୍ପୋରେଟ୍‌ଭି ସୋସାଇଟି ଟ୍ୟାକ୍ସକୁ ୧୮%ରୁ କମି ୧୫% କରାଯାଇଛି। ଏହାବାଦ କର୍ପୋରେଟିଭ ସରଚାର୍ଜକୁ ୭%କୁ ହ୍ରାସ କରାଯାଇଛି।

କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି ହୋଇଛି। କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଜିଡିପିର ୪% ରହିଛି। ଭର୍ଚୁଆଲ ଓ ଡିଜିଟାଲ ସମ୍ପତ୍ତି ବିକ୍ରି ଓ କିଣିବା ଦ୍ୱାରା ହେଉଥିବା ଆୟ ଉପରେ ୩୦% ଟିକସ ଲୋକଙ୍କୁ ଦେବାକୁ ପଡ଼ିବ। ଉପହାର ଆକାରରେ ମିଳିଥିବା ଏପରି ସମ୍ପତ୍ତି ଉପରେ ମଧ୍ୟ ଟିକସ ଦେବାକୁ ହେବ।

Also Read  ୨୦ ହଜାର ନେବା ପଡ଼ିଲା ମହଙ୍ଗା : ଭିଜିଲାନ୍ସ ପଞ୍ଝାରେ ନରସିଂହପୁର ଆଇଆଇସି

LEAVE A REPLY

Please enter your comment!
Please enter your name here