ପୁରୀ ସହରରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସରେ ଭୟାଭୟ ଅଗ୍ନିକାଣ୍ଡ

0
543
2 From Odisha Among 45 Indians Killed In Kuwait Fire Tragedy
2 From Odisha Among 45 Indians Killed In Kuwait Fire Tragedy

ପୁରୀ/ ମାର୍ଚ୍ଚ ୯ ତାରିଖ
ଓଡିଶାର ପୁରୀ ସହରର ଏକ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଯିବା ଦ୍ୱାରା କମ୍ପ୍ଲେକ୍ସରେ ଥିବା ଅନେକ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ଜିନିଷପତ୍ର ପୋଡି ନଷ୍ଟ ହେଇଯାଇଛି I ତେବେ ଏହି ଅଗ୍ନିକାଣ୍ଡ ରେ କେହି ବି ମୃତାହତ ହେଇନାହାନ୍ତି I

ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।ଗୁରୁବାର ମଧ୍ୟ ଅଗ୍ନି ନିର୍ବାପକ କାର୍ଯ୍ୟ ଚାଲିଥିଲା I

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ସପିଂ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଏକ ପୋଷାକ ଦୋକାନରେ ନିଆଁ ଲାଗିଯାଇଥିଲା। ଏହା ପରେ ନିଆଁ ବିଲଡିଂର ଅନ୍ୟ ଦୋକାନ ଏବଂ ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଗଲା।

ଗୋଟିଏ ସ୍ଥାନରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ସପିଂ କମ୍ପ୍ଲେକ୍ସରେ ଉପର ମହଲାରେ ଏକ ହୋଟେଲ ଏବଂ ଏକ ବ୍ୟାଙ୍କ ମଧ୍ୟ ଅଛି | ବିଲଡିଂରୁ ବାହାରୁଥିବା ଧୂଆଁର ଘନତା ଅଗ୍ନି ନିର୍ବାପକ କାର୍ଯ୍ୟକୁ ପ୍ରଭାବିତ କରୁଛି ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି। ବିଲଡିଂ ଭିତରେ ପ୍ଲାଷ୍ଟିକ୍ ଏବଂ କପଡା ଦୋକାନ ଥିବାରୁ ବିଲ୍ଡିଂରୁ ଖୁବ ଜୋରରେ ଧୂଆଁ ବାହାରୁ ଥିଲା I

ଅଗ୍ନିକାଣ୍ଡରେ ପ୍ରଭାବିତ ବ୍ୟକ୍ତିଙ୍କୁ ସମସ୍ତ ସହାୟତା (ଅସ୍ଥାୟୀ ଆଶ୍ରୟ, ଖାଦ୍ୟ, ଚିକିତ୍ସା, ପରିବହନ ଇତ୍ୟାଦି) ଯୋଗାଇ ଦିଆଯିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରିଲିଫ୍ କମିଶନର ନିକୁଞ୍ଜା ଧଳ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମହାରାଷ୍ଟ୍ରର ପୁଣେ ଏବଂ ନାସିକରୁ ଆସିଥିବା ୧୩୦ ରୁ ଅଧିକ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କୁ ଖାଦ୍ୟ, ଆଶ୍ରୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଗୃହମନ୍ତ୍ରୀ ତୁଷାରକାନ୍ତ ବେହେରା ଏବଂ ଅଗ୍ନିଶମ ସେବା ଡିଜି ସନ୍ତୋଷ ଉପାଧ୍ୟାୟ ଗୁରୁବାର ଦିନ ପୁରୀ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

 

Also Read  Stage set for BAHUDA YATRA of deities to be held tomorrow: