ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶାହବାଜ ଏବଂ ପୁଅ ହମଜା ମନି ଲଣ୍ଡରିଂ ମାମଲାରେ ହାଜର ହେବେ !

0
386

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଆଜି ଶାହବାଜ ସରିଫ ନାମାଙ୍କନ ଭରିବେ। ଏହା ପୂର୍ବରୁ ସେ ଏବଂ ତାଙ୍କ ପୁଅ ହମଜା ଶାହବାଜ ଆଜି ମନି ଲଣ୍ଡରିଂ ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇପାରନ୍ତି। ଶାହବାଜଙ୍କ ଓକିଲ ଅମଜାଦ ପରଭେଜ କହିଛନ୍ତି ଯେ, ତାଙ୍କ ମହକିଲ ସୋମବାର ସ୍ୱତନ୍ତ୍ର କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ଆବେଦନ କରିବେ, ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଶାହବାଜ ସରିଫ ସୋମବାର ଇସଲାମାବାଦରେ ରହିବେ, ତେଣୁ ମାମଲାର ଶୁଣାଣିକୁ ସ୍ଥଗିତ ରଖିବାକୁ କୋର୍ଟଙ୍କୁ ଅନୁରୋଧ କରାଯିବ ।

ଶାହବାଜ ସରିଫଙ୍କ ବିରୋଧରେ ଆସିଥିବା 14 ବିଲିୟନ ଡଲାର ପାକିସ୍ତାନୀ ଟଙ୍କାର ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଥିବା ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫ୍ଆଇଏ)ର ଜଣେ ବରିଷ୍ଠ ଅଧିକାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି । ଶାହବାଜ ଓ ତାଙ୍କ ପୁଅ ହମଜା ସୋମବାର ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ପାଇଁ ହାଜର ହେବେ। ଏହା ପୂର୍ବରୁ ଏଫଆଇଏଚ ମୁଖ୍ୟ ମହମ୍ମଦ ରିଜବାନଙ୍କୁ 2022 ଏପ୍ରିଲ 11ରୁ ଛୁଟିରେ ଯିବାକୁ ଅନୁମତି ମିଳିଯାଇଛି।

ରିଜବାନଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ମୁସଲିମ୍ ଲିଗ୍-ନବାଜ (ପିଏମଏଲ୍-ଏନ୍) ଅଧ୍ୟକ୍ଷ ଶାହବାଜ ସରିଫ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇବାକୁ କରିଥିବା ଆବେଦନର ଗୋଟିଏ ଦିନ ପରେ ଆସିଛି ।

Also Read  ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ, ୧୦୮ ଘଣ୍ଟାର ଅପରେସନ ପରେ ୬୦ ଫୁଟ ତଳୁ ଉଦ୍ଧାର ହୋଇ ଚାଲିଥିଲା ଚିକିତ୍ସା