ବିବାଦୀୟ ବୟାନ ଦେବା ପଡ଼ିଲା ମହଙ୍ଗା, ବିଜେପିରୁ ନିଲମ୍ବିତ ହେଲେ ନୁପୁର ଶର୍ମା

0
1038

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଛନ୍ତି ନୁପୁର ଶର୍ମା । ବିବାଦୀୟ ବୟାନ ଦେବା ଅଭିଯୋଗରେ ତାଙ୍କୁ ଦଳ ତରଫରୁ ନିଲମ୍ବିତ କରାଯାଇଛି । ମହମ୍ମଦ ପେଗମ୍ବରଙ୍କ ଉପରେ ବିବାଦୀୟ ଟିପ୍ପଣୀ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣାକୁ ନେଇ ଚାରିଆଡ଼େ ଅସନ୍ତୋଷ ଦେଖାଦେବା ପରେ ବିଜେପି ପକ୍ଷରୁ ରବିବାର କୁହାଯାଇଥିଲା କି ସବୁ ଧର୍ମକୁ ସମ୍ମାନ କରୁଛୁ । ଏହି ଘଟଣାରେ ଦଳ ଦିଲ୍ଲୀ ବିଜେପିର ମିଡ଼ିଆ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ବି ନିଲମ୍ବିତ କରିଛି ।

ନୁପୁରଙ୍କ ବୟାନକୁ ନେଇ ବିବାଦ ମଧ୍ୟରେ ବିଜେପି ମହାସଚିବ ଅରୁଣ ସିଂହ ଏକ ବୟାନ ଜାରି କରି କହିଛନ୍ତି କି ତାଙ୍କ ଦଳ ଏଭଳି କୌଣସି ବି ବିଚାରକୁ ସ୍ବୀକାର କରେନାହିଁ, ଯାହା କି କୌଣସି ଧର୍ମ ବା ସମ୍ପ୍ରଦାୟିକ ଭାବନାକୁ କୁଠାରଘାତ ପହଞ୍ଚାଇବ । ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଏଭଳି କୌଣସି ବିଚାରକୁ ମାନିଥାଏ ନା ତାହାକୁ ପ୍ରୋତ୍ସାହିତ କରିଥାଏ ।

Also Read  ଏନଏଚ ୩୫୩ରେ ସିରିଜ ଦୁର୍ଘଟଣା, ପରସ୍ପର ସହ ପିଟିହେଲେ ୩ ଟ୍ରକ